www.samajalive.in
Saturday, December 6, 2025
16.1 C
Bhubaneswar

କନ୍ଧମାଳ ଜିଲ୍ଲାରେ ଆରମ୍ଭ ହେଲା ସ୍ୱାସ୍ଥ୍ୟ ଏଟିଏମ୍

ଫୁଲବାଣୀ: ଏଣିକି ହେଲଥ ଏଟିଏମ  ଦେବ ସ୍ୱାସ୍ଥ୍ୟର ସୂଚନା। ଏହା ସହାୟତାରେ ଲୋକ ପାଇବେ ସ୍ୱାସ୍ଥ୍ୟ ସୁବିଧା, କମ ସମୟରେ ହୋଇପାରିବ ବିଭିନ୍ନ ପରୀକ୍ଷା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ଡିଜିଟାଲ ସୁବିଧା ଜିଲ୍ଲାରେ ଆଣି ପହଞ୍ଚାଇଛି ସ୍ବେଛାସେବୀ ସଂଗଠନ ବାଲ ରକ୍ଷା ଭାରତ (ସେଭ ଦି ଚିଲଡ୍ରେନ)।  ଭାରତ ସରକାରଙ୍କ ଦ୍ୱାରା ଆକାଂକ୍ଷୀ ବ୍ଲକ ଭାବେ ସ୍ଥିରୀକୃତ ଫିରିଙ୍ଗିଆ ଠାରୁ ଆରମ୍ଭ ହେଇଛି। ଏହି ସେବା।ଯାହା ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସାଡୀଙ୍ଗିଆ ସବ ସେଣ୍ଟର, ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲାନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲଥ ଏଟିଏମ ସେବା ଯୋଗାଇ ଦିଆଯାଇଛି। କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ସନ୍ତୋଷ ପାଢ଼ୀ, ଡିବିଏସ ପ୍ରତିନିଧି ସୁଶ୍ରୀ ସ୍ୱାତୀ, ରୋହନ ଦାସ ଏବଂ ବାଲ ରକ୍ଷା ଭାରତର କାର୍ଯ୍ୟକ୍ରମ ପ୍ରମୁଖ ପ୍ରଦୀପ ମିଶ୍ର ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories