www.samajalive.in
Sunday, December 14, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଉଦଘାଟିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମବିଏ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ନୂତନ ସମ୍ମିଳନୀ କକ୍ଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅନୁପ୍ରେରଣାରେ ଉଦଘାଟନ ହୋଇଛି। ଜାତୀୟ ସମ୍ମିଳନୀର ଶୀର୍ଷକ ବୈଷୟିକ ଜ୍ଞାନ କୌଶଳ ଓ ବ୍ୟବସାୟ ପରିଚାଳନାର ସଂଯୋଗ’ ଉପରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଭବିଷ୍ୟତର ଅଭିନବ ଜ୍ଞାନ କୌଶଳ ଏବଂ କୂତ୍ରିମ ବୁଦ୍ଧିମତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସତ୍ୟ ସ୍ୱରୂପ ଦେବାଶିଷ ଯୋଗ ଦେଇ ମ୍ୟାନେଜମେଣ୍ଟ ଜ୍ଞାନର ସଂଯୋଗରେ ସୃଷ୍ଟି ହୋଉଥିବା ନୂତନ ଗବେଷଣା କ୍ଷେତ୍ର ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଆନ୍ଧ୍ର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ତଥା ଜାତୀୟ ଖ୍ୟାତି ସମ୍ପନ୍ନ ମ୍ୟାନେଜମେଣ୍ଟ ପ୍ରଫେସର ଭି କ୍ରିଷ୍ଣା ମୋହନ ଯୋଗ ଦେଇ ଛାତ୍ରଛାତ୍ରୀ ତଥା ଗବେଷକ ମାନଙ୍କୁ ନୂତନ ବୈଷୟିକ ଜ୍ଞାନ ଓ କୌଶଳର ଉପଯୋଗିତା ଏବଂ ନିଯୁକ୍ତି ସୁଯୋଗ ଉପରେ ମତ ରଖିଥିଲେ।

ଅନ୍ୟତମ ବକ୍ତା ଭାବେ ଭୁବନେଶ୍ବର ସ୍ଥିତ ଟାଟା କନସାଲାଣ୍ଟ ସର୍ଭିସର ମୁଖ୍ୟ ବିଭୁ ପଣ୍ଡା ଯୋଗ ଦେଇ ବୈଷୟିକ ଜ୍ଞାନ କୌଶଳର ପ୍ରଭାବରେ ଯେଉଁ ନୂତନ ଅର୍ଥନୈତିକ ସୁଯୋଗ ଓ ପ୍ରତିଦ୍ୱନ୍ଦିତା ସୃଷ୍ଟି ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜଷ୍ଟ ଡ୍ରାଇଭ ସଂସ୍ଥାର ସି ଇ ଓ ଅଜୟ କୁମାର ମହାନ୍ତି ବୈଷୟିକ ଜ୍ଞାନ ଓ କୌଶଳର ପ୍ରଭାବରେ ସଂଗଠିତ ହୋଉଥିବା ପରିବର୍ତନ ଓ ଏହାର ବ୍ୟାପାରିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ପ୍ରଫେସର ମାନସ ରଞ୍ଜଳ ପାତ୍ର ଯୋଗ ଦେଇ କୃତ୍ରିମ ବୁଦ୍ଧିମତା ପ୍ରୟୋଗରେ ଯେଉଁ ସମସ୍ୟା ମାନବ ସମାଜ ପାଇଁ ମୁଣ୍ଡ ଟେକିଛି ତାହାରି ଉପରେ କହିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ବିଭାଗ ଅଧ୍ୟାପକ ଡ଼. ସାରଦା ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମିଳନୀର ଆବାହକ ଡ଼. ସୁନୀଲ କୁମାର ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଡ଼. ସୁମନ କଲ୍ୟାଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଅରୁଣ କୁମାର ପଣ୍ଡା, ପ୍ରଫେସର ରବି ନାରାୟଣ ସୁବୁଦ୍ଧି, ପ୍ରଫେସର ବିଭୂତି ଭୂଷଣ ମହାପାତ୍ର, ପ୍ରଫେସର ପଦ୍ମାଲିତା ରାଉତରାୟ, ଡ଼. ବିଜୟ ସୁନ୍ଦର ରା଼ୟ, ଡ଼. ସୋମେନ୍ଦ୍ର ଦାଶ, ଡ଼. ନରେନ୍ଦ୍ର କୁମାର ପାଲ, ଡ଼. ବିଶ୍ୱଜିତ ଛାଟୋଇ, ଡ଼. ଅପୂର୍ବା ବେହେରା, ଶୁଭେନ୍ଦୁ ବେହେରା, ଆସ୍ୟାଶ୍ରୀ ପ୍ରହରାଜ, ଅଶୋକ କୁମାର ପାତ୍ର, ସୌଦାମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରବୀନ୍ଦ୍ର ନାୟକ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ସମ୍ମିଳନୀର ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories