ନେଟଓ୍ବର୍କ ନଥିଲେ ବ୍ଲୁଟୁଥ୍ ଜରିଆରେ କରିପାରିବେ କଲ୍, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ : ଫୋନରେ ନେଟଓ୍ବର୍କ ନଥିଲେ କଲ୍ କଟିଯାଏ । ଫଳରେ କିଛି ଜରୁରି ସମୟରେ କଥା ହୋଇହୁଏନି । କିନ୍ତୁ ଏହି ସମୟରେ ଆପଣ ବ୍ଲୁଟୁଥ୍ ଜରିଆରେ କଲ୍ କରିପାରିବେ । ଯଦି ଆପଣଙ୍କ ପାଖରେ ରିୟଲମି, ଓପୋ, ଓନପ୍ଲସ୍ ବା ଭିଭୋର ଫୋନ ଅଛି ତେବେ ସେଥିରେ ପ୍ରଥମେ ସେଟିଙ୍ଗ୍ସକୁ ଯାଆନ୍ତୁ । ଏଠାରେ ମୋବାଇଲ ନେଟଓ୍ବର୍କକୁ ସିଲେକ୍ଟ କରନ୍ତୁ ।

ମୋବାଇଲ ନେଟଓ୍ବର୍କ ଭିତରେ ଆପଣଙ୍କୁ ମାଗଣା କଲର ବିକଳ୍ପ ମିଳିବ । ୩ଟି ଫୋନରେ ଏହି ସେଟିଙ୍ଗ୍ସ ଅଲଗା ଅଲଗା ନାଁରେ ରହିଛି । ଆପଣଙ୍କୁ ଫ୍ରି କଲକୁ ଯାଇ ସମସ୍ତ ସେଟିଙ୍ଗ୍ସକୁ ଗ୍ରହଣ କରିବାକୁ ହେବ । ଆପଣ ସବୁ ସେଟିଙ୍ଗ୍ସକୁ ମଞ୍ଜୁରି ଦେବା ପରେ ଆପଣ ବ୍ଲୁଟୁଥ୍ ଜରିଆରେ ରିୟଲମି, ଓପୋ, ଓ୍ବନପ୍ଲସ୍ ଓ ଭିଭୋ ୟୁଜର୍ସଙ୍କୁ ବିନା କୌଣସି ନେଟଓ୍ବର୍କରେ କଲ୍ କରିପାରିବେ । ଆପଣଙ୍କୁ କହିରଖୁଛୁ ରିୟଲମି, ଓପୋ, ଓ୍ବନପ୍ଲସ୍ ଓ ଭିଭୋ ପରସ୍ପର beacon ନାମକ ଏକ ଫିଚର୍ ସହିତ ଆସିଥାଏ ଯାହା ଫଳରେ ଏହି ସ୍ମାର୍ଟଫୋନରେ ବିନା ନେଟଓ୍ବର୍କରେ ମଧ୍ୟ କଲ୍ କରିହେବ ।

Comments are closed.