www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଏହାକୁ ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ଶ୍ରୀ ଦାସ ନିଜ ଅଦାଲତରେ ୧୯ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲା ଫଇସଲା କରି କ୍ଷତିଗ୍ରସ୍ତଙ୍କୁ ମୋଟ୧ କୋଟି ୬ ଲକ୍ଷ ୯୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ। ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା ନିଜ ଅଦାଲତରେ ଗୋଟିଏ ଦେୱାନୀ ମାମଲା ଫଇସଲା କରିଥିଲେ। ଏସଡିଜେଏମ ନରୋଜ କୁମାର ସାହୁ ୨ଟି ବୈବାହିକ ମାମଲା ଓ ୫୦ଟି ଫୌଜଦାରୀ ମାମଲା ଏବଂ ଜେଏମଏଫସି ସ୍ଥିତପ୍ରଜ୍ଞା ଅମୃତତନୟା ୨ଟି ଫୌଜଦାରୀ ମାମଲା ବିଚାର କରି ଫଇସଲା କରିଥିଲେ। ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ଓ ସାର୍ଟିଫିକେଟ ଅଧିକାରୀ ମାନସ ରଞ୍ଜନ ବେହେରା ନିଜ ନିଜ ଅଦାଲତ ପରିଚାଳନା କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଠଗଡ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କନ୍ତୋଲ ଓ ଧୁରୁକୁଡିଆ ଆଇଓବି ଆଦି ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories