www.samajalive.in
Sunday, December 7, 2025
14.1 C
Bhubaneswar

ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫରଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଲଗାତାର ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଟନଟନ ଗଞ୍ଜେଇ ଜବତ କରିବାରେ ସଫଳ ହେଉଥିବାବେଳେ ଗୋଛାପଡା ପୋଲିସ ବାଲନ୍ଦାପଡା ପଞ୍ଚାୟତ ଅଧୀନରେ ଥିବା କେନ୍ଦୁଗୁଡା ଗାଁ ନିକଟରେ ଥିବା ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ଅତର୍କିତ ଚଢ଼ାଉ କରି ଗଛିତ ଥିବା ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଏଥର ମଧ୍ୟ ପୋଲିସ ଆସିବାର ଆଗୁଆ ସୂଚନା ପାଇ ମାଫିଆ ମାନେ ଫେରାର ହୋଇଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି। ତେବେ ପୋଲିସର ସୂଚନା ଅନୁସାରେ ଏହି କେନ୍ଦୁଗୁଡା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଏକ ଝାଟିମାଟି କୁଡିଆ କରି ଚାଲାଣ ପାଇଁ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ ରଖିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇବା ମାତ୍ରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରିଥିଲେ। ତେବେ ପୋଲିସ ଆସିବା ଖବର ବିଷୟରେ ଆଗୁଆ ସୂଚନା ପାଇଁ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଙ୍ଗଲରୁ ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories