କୂଅରେ ଖସିପଡି ମହିଳା ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ସହରର ଆନନ୍ତପୁର ବସ୍ତିରେ ଜଣେ ମହିଳା କୂଅରେ ଖସିପଡି ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଆନନ୍ତପୁର ବସ୍ତିର ଜଗନ୍ନାଥ ନନ୍ଦଙ୍କ ପତ୍ନୀ ଆରତୀ କୂଅରେ ଟୁଲୁ ପକାଉଥିବା ବେଳେ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ପ୍ରାୟ ତିରିଶ ଫୁଟ ଗଭୀର କୂଅରେ ଖସି ପଡିବାରୁ ତାଙ୍କୁ ପଡୋଶୀ ଉଦ୍ଧାର କରିବା ସମ୍ଭବ ହୋଇ ପାରିନଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରେ ପଶି ଆରତୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ପରେ ଗୁରୁତର ଆରତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Comments are closed.