ଭାରତୀୟ ମଜଦୁର ସଂଘର ବୈଠକ

ସମ୍ବଲପୁର: ଭାରତୀୟ ଜିଲା ମଜଦୁର ସଂଘର ଜିଲାସ୍ତରୀୟ ବୈଠକ ଗୁରୁବାର ସ୍ଥାନୀୟ ମୁଦିପଡ଼ା ସ୍ଥିତ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଶ୍ରମିକ ସମ୍ପର୍କ ଅଭିଯାନ, ବନ ବିହାର ଜିଲା ସମିତି କାର୍ଯ୍ୟକ୍ରମ, ୯ ଦଫିଆ ଦାବି ପୁରଣ ସକାଶେ ବୈଠକରେ ଆଲୋଚନା ହୋଇଥିଲା। ସଂଘର ଆଶା ଓ ପାଚିକା ସଙ୍ଗଠନର କାର୍ଯ୍ୟକାଳ ପୁରଣ ହୋଇ ସାରିଥିବାରୁ ଆଗାମୀ ଦିନରେ ନୂତନ ଜିଲା କମିଟି ଗଠନ ଉପରେ ଚର୍ଚ୍ଚା ହୋଇଥିଲା। ରାଜ୍ୟ ବିଧି ପ୍ରକୋଷ୍ଠରେ ଅରବିନ୍ଦ ନାୟକ ଓ ରାଜ୍ୟ ମେଡିକାଲ ରିପ୍ରେଜଣ୍ଟେଟିଭ ସଂଘରେ ସଞ୍ଜବ ଦାସ ସମ୍ବଲପୁରରୁ ସ୍ଥାନ ପାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଦିଆଯାଇଥିଲା। ସଂଘର ସଦସ୍ୟ ବୃଦ୍ଧି, କ୍ଷମତାର ବିକେନ୍ଦ୍ରିକରଣ ଆଦିକୁ ଧ୍ୟାନ ଦେଇ ଆଗାମୀ ଦିନରେ ଏକ ସମନ୍ୱୟ ସମିତି ଗଠନର ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଲକ୍ଷ୍ମୀ ମହାରଣା, ଲିଲି ଦାସ, ସୁନଦିନି ଭାଟି, ଦ୍ରୌପଦୀ ସେଠୀ, କୁନ୍ତି ତାଣ୍ଡି, ରୀନା ବେହେରା, ସୀମାଞ୍ଚଳ ପଣ୍ଡା, ମହେଶ ପଣ୍ଡା, କ୍ଷୀରେଶ୍ୱରୀ ଗରିଆ, କୁମୁଦିନି ବାଗ, ଚନ୍ଦ୍ରମା ବେହେରା, କୃଷ୍ଣଚନ୍ଦ୍ର, ପ୍ରଭାତ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ଆଶୁତୋଷ ବିଶିଙ୍କ ସମେତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

Comments are closed.