ଓଡ଼ିଶା ମାନବାଧିକାର ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଏ.ନ୍‌.-୬, ନୟାପାଲ୍ଲୀ, ଭୁବନେଶ୍ୱର ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ମୁଖ୍ୟ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ଓ ସମ୍ମାନୀୟ ଅତିଥି ଭାବେ ଲିଙ୍କ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ଼. ଆଲୋକ କୁମାର ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମଲ୍ଲିକ ଅନୁଷ୍ଠାନର ଲକ୍ଷ ଏବଂ ଅଭିମୂଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Comments are closed.