ରିମୁଳି ମହାବିଦ୍ୟାଳୟରେ ଆତ୍ମରକ୍ଷା ଶିବିର

କେନ୍ଦୁଝରଗଡ଼: ରିମୁଳି ମହାବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ଶୁକ୍ରବାର ଆତ୍ମରକ୍ଷା ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ସୁଶୀଲ କୁମାର ମହାନ୍ତ ଶିବିରକୁ ଉଦଘାଟନ କରିବା ଅବସରରେ ଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ ପୂର୍ବକ ନିଜର ଆତ୍ମବିଶ୍ୱାସ ବଜାୟ ରଖି ନିଜକୁ ମାନସିକ ତଥା ଶାରୀରିକ ଭାବରେ ସର୍ବଦା ପ୍ରସ୍ତୁତ ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ଶିବିରର ସଂଯୋଜିକା ଅଧ୍ୟାପିକା ପଙ୍କଜିନି ହୋ, ଅଧ୍ୟାପିକା ସାଗରିକା ନାଏକ ଓ ପ୍ରଶିକ୍ଷିକା କୁମୁଦିନୀ ବେହେରା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କଳା ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Comments are closed.