ନୂତନ ଶିକ୍ଷାନୀତି ପ୍ରସଙ୍ଗରେ ଦୁଇ ଦିନିଆ ଆଲୋଚନାଚକ୍ର ଉଦଘାଟିତ

ଜି ଉଦୟଗିରି: ଜି ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ନୂତନ ଶିକ୍ଷା ନୀତି ୨୦୨୦ ଶିକ୍ଷାର ବିଭିନ୍ନ ଦିଗ ଶୀର୍ଷକ ଦୁଇ ଦିନିଆ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ପ୍ରଫେସର ବିମଳ ଚରଣ ସ୍ୱାଇଁ ନୂତନ ଶିକ୍ଷା ନୀତିରେ ଶିକ୍ଷାର କିପରି ଗୁଣାତ୍ମକ ମାନ ବୃଦ୍ଧି ପାଇବ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁବାସ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସମସ୍ୟା ଓ ସମାଧାନର ଯୋଜନା ଏଵଂ କାର୍ଯ୍ୟାନ୍ଵୟନ ବୀବରଣୀ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଏଥି ସହିତ ନୂତନ ଶିକ୍ଷା ନୀତି ୨୦୨୦କୁ ନୂତନ ପୀଢ଼ି ଉନ୍ନତି ପଥରେ ଆଗେଇ ନେବାକୁ ଡ଼ ପ୍ରଧାନ କହିଥିଲେ। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ ତଥା ଇରାଜୀ ବିଭାଗର ପ୍ରଫେସର ଜି ରାଜଗୋପଲ୍, ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ବି ରମେଶ ବାବୁ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ବେହେରା, ଡ ଆଶୋକ ଦିଗାଲ ଆଭାସି ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ବିଚିତ୍ର କୁମାର ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ।

Comments are closed.