ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ୭୧ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ପାଇଁ ଜିଲ୍ଲାରେ ୧୦ ହଜାର ୭୯ ରେଗୁଲାର ପରୀକ୍ଷାର୍ଥୀଙ୍କ ସମେତ ସମୂଦାୟ ୧୦ ହଜାର ୩୭୦ ଜଣ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ପରୀକ୍ଷାରେ ବସିଛନ୍ତି ୧୦ ହଜାର ୧୪୯। ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ଅନୁପସ୍ଥିତ ରହିଥିବା ବେଳେ ୯୮୯୦ ଜଣ ପରୀକ୍ଷା ଦେଇଛନ୍ତି। ସେହିଭଳି ମଧ୍ୟମା ପାଇଁ ୧୧୪ ଜଣ ନାମ ପଞ୍ଜୀକୃତ କରିଥିବା ବେଳେ ୩ ଜଣ ଅନୁପସ୍ଥିତ ଥିଲେ। ୧୪୮ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ଭିତରୁ ୨୯ ଜଣ ଅନୁପସ୍ଥିତ ଥିଲେ। ଜିଲ୍ଲା ସାରା ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ସରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଜିଲ୍ଲାର ୨୧୪ ଟି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୬୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିଭଳି ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ୨ଟି ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାଇଁ ୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।
Popular Categories



