ଫୁଲବାଣୀ: ଏହି ବ୍ଲକ ଅନ୍ତର୍ଗତ ତୁଡ଼ିପାଜୁ ସ୍ଥିତ ପି.ଏମ୍, ଶ୍ରୀ ନବୋଦୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଯତିନ୍ଦ୍ରନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପକ ଶ୍ରୀପତି ଚୌଧୁରୀ, ସୁଶ୍ରୀ ବସୁଧା ମିଶ୍ର, ପ୍ରାଚୀପ୍ରିୟଦର୍ଶନୀ ପ୍ରମୁଖ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଅବସରର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୀତ ଏବଂ ଅଭିନୟ ମାଧ୍ୟମରେ ବନ୍ଦେ ମୋ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



