www.samajalive.in
Friday, December 12, 2025
16.1 C
Bhubaneswar

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଜ୍ୟମନ୍ତ୍ରୀଙ୍କ ସମ୍ବଲପୁର ଜିଲା ଗସ୍ତ

ସମ୍ବଲପୁର: କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଅନୁଷ୍ଠାନ ଏବଂ ଏକାଧିକ ମହିଳା ସହଯୋଗୀ ଗୋଷ୍ଠୀଙ୍କ ସହ ସାକ୍ଷାତ କରିଥିଲେ। ସେ ଏହି ଗସ୍ତକୁ ମାଁ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିଥିଲେ। ସେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ସହିତ ଉତ୍କଳ ବାଳଶ୍ରମ, ଧନକଉଡାର ଶିଶୁଙ୍କ ସହିତ ସାକ୍ଷାତ କରିଥିଲେ। ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀମତି ଠାକୁର ଉପସ୍ଥିତ ଶିଶୁଙ୍କୁ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହି ପ୍ରେରଣା ଦେଇଥିଲେ। ସଫଳତା କେବେ ହେଲେ ଭାଗ୍ୟର ଫଳ ନୁହେଁ, ବରଂ ଏହା ନିରନ୍ତର ପ୍ରୟାସ, ଅଦମ୍ୟ ଇଚ୍ଛାଶକ୍ତି ଏବଂ ହୃଦୟରୁ କଠିନ ପରିଶ୍ରମର ଫଳ। ଯେଉଁମାନେ ଜୀବନରେ ବଡ଼ କିଛି କରିବାକୁ ଚାହିଁଛନ୍ତି, ସେମାନେ ଦିନରେ ଏକ ନୂଆ ଲକ୍ଷ୍ୟ ନେଇ କାମ କରନ୍ତୁ, ଅଭ୍ୟାସ କରନ୍ତୁ, ଏବଂ ନିଜ ଦୃଢ଼ ସଂକଳ୍ପ ସହ ଆଗକୁ ବଢନ୍ତୁ। ସେଥି ପାଇଁ ଦୃଢ ମୋନୋବଳ ନେଇ କଠିନ ପରିଶ୍ରମ କଲେ ଦିନେ ନିଶ୍ଚୟ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ଏବଂ ଏହା ସହିତ ସର୍ବଦା ନିଜର ଗୁରୁଜନ, ଈଶ୍ବରଙ୍କୁ ମନରେ ସ୍ମରଣକରି ଦୈନଦିନ ଜୀବନ ଆରମ୍ଭ କଲେ ନିଜର ଅଭିବୃଦ୍ଧି ହୁଏ, ମନସ୍କାମ ନିଶ୍ଚୟ ପୂରଣ ହୁଏ ବୋଲି ଶ୍ରୀମତି ଠାକୁର ପ୍ରକାଶ କରିଥିଲେ। ଆମ ସଂସ୍କାର, ସଂସ୍କୃତି ରହିଲେ ଆମେ ଭିଡ ଭିତରେ ମଧ୍ୟ ଆକାଶର ତାରା ଭଳି ଉଜ୍ଜ୍ବଳ ଦେଖାଯାଇପାରିବା। ଭଲ କାମ କରି ନିଜ ସମାଜ, ନିଜ ଦେଶ, ନିଜ ମାଟି ମାଁ ର ନାଁ ରଖିବା। ସମାଜ ନିଜର ଉଦାହରଣ ସୃଷ୍ଠି କର ଯେମିତି ଅନ୍ୟ ମାନେ ତୁମ ମାନଙ୍କ ଠାରୁ ଶିଖିପାରିବେ। ଶେଷରେ ଉତ୍କଳ ବାଳଶ୍ରମର ୭୦ ଜଣ ଶିଶୁଙ୍କୁ ବସ୍ତ୍ର ଏବଂ ଚକଲେଟ ବଣ୍ଟନ କରି ତାଙ୍କ ସହିତ କିଛି ସମୟ ବିତାଇଥିଲେ।

ଏହା ପରେ ମହିଳା ଏବଂ ଶିଶୁ କେନ୍ଦ୍ରରେ ଯାଇ ଗର୍ଭବତୀ ମହିଳାମାନଙ୍କ ସହ ଆଲୋଚନା କରିବା ସହିତ ମମତା ଯୋଜନାର ସମୀକ୍ଷା କରିଥିଲେ। ଶେଷରେ, ମନ୍ତ୍ରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରି ସମ୍ବଲପୁର ଜିଲ୍ଲାର ମହିଳା ଓ ଶିଶୁ ଉନ୍ନୟନ ପାଇଁ ସରକାରଙ୍କ ଦ୍ବାରା ପ୍ରଚଳିତ ଯୋଜନା ଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ସଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories