www.samajalive.in
Saturday, December 13, 2025
21.1 C
Bhubaneswar

ଶ୍ରୀମାଙ୍କ ୧୪୮ତମ ଜୟନ୍ତୀ ପାଳିତ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ମାତୃନିବାସ ପରିସରରେ ଶ୍ରୀମାଙ୍କ ପବିତ୍ର ଜନ୍ମ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ସମୟରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା। ପାଠଚକ୍ର ସଭାପତି ତଥା ଶ୍ରୀ ଅରବିନ୍ଦ କର୍ମ ମନ୍ଦିର ଟ୍ରଷ୍ଟର ସଦସ୍ୟା କମଳା ଅପା ପତାକା ଉତୋଳନ କରିଥିଲେ। ପିଇଟି ଶିକ୍ଷକ ଆନନ୍ଦ ମିଶ୍ର ସହଯୋଗ କରିଥିଲେ। ସ୍କୁଲର ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମାର୍ଚ୍ଚ ପାଷ୍ଟ କରି ଆଧ୍ୟାତ୍ମିକ ପତାକାକୁ ଅଭିବାଦନ ଜଣାଇଥିଲେ। ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସମାଧି ନିକଟରେ ସମବେତ ଧ୍ୟାନ କରା ହୋଇଥିଲା। ଏହା ପରେ ଦିନ ୧୧ଟା ସମୟରେ ନର୍ସରୀ ହଲରେ ଏକ ପାଠ ଚକ୍ର ତଥା ଆଲୋଚନା ସଭା ସ୍କୁଲ ପରିଚାଳନା କମିଟି ସମ୍ପାଦକ ବୀରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିକିଲିି ଅପା ଦୁର୍ଗାସ୍ତୋତ୍ର ପାଠ କରିଥିଲେ। ସରୋଜିନୀ ନନ୍ଦ ଶ୍ରୀ ଅରବିନ୍ଦଙ୍କ ମା’ ପୁସ୍ତକରୁ କିଛି ପାଠ କରିଥିଲେ। ସୁନୀତା ମିଶ୍ର ଓ ସୁପ୍ରିୟା ମଣ୍ଡଳ ମାତୃ ବନ୍ଦନା ଗାନ କରିଥିଲେ।

ଶ୍ରୀମାଙ୍କ ଜୀବନୀ ଓ ଶ୍ରୀ ଅରବିନ୍ଦଙ୍କ ଯୋଗ ଓ ଦର୍ଶନ ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବକ୍ତା ଭାବେ ମନୋରଞ୍ଜନ ପଟ୍ଟନାୟକ ଓ ଡ. ରାଜେଶ କୁମାର ଶତପଥୀ ଯୋଗ ଦେଇଥିଲେ। ଶେଷରେ ସମସ୍ତ ମାତୃପ୍ରେମୀ ରାଧାଙ୍କ ପ୍ରାର୍ଥନା ପରେ ଶ୍ରୀଅରବିନ୍ଦ କର୍ମ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ଦୁଃଖିଶ୍ୟାମ ରାଉତରାୟ କୃତଜ୍ଞତା ଜଣାଇଥିଲେ। ଶ୍ରୀଅରବିନ୍ଦ କର୍ମ ମନ୍ଦିର ଟ୍ରଷ୍ଟ ସମ୍ପାଦକ ନିହାର ରଞ୍ଜନ ପଣ୍ଡା ଆଧ୍ୟାତ୍ମିକ ପତାକା ଅବତରଣ କରିଥିଲେ। ସନ୍ଧ୍ୟା ୬ ଟାରୁ ୩୦ରୁ ୬ଟା ୪୫ ପର୍ଯ୍ୟନ୍ତ ସମାଧି ନିକଟରେ ସମବେତ ଧ୍ୟାନ ଅନୁଷ୍ଠିତ ହୋଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories