www.samajalive.in
Thursday, December 11, 2025
16.1 C
Bhubaneswar

ମେଡିକାଲ କଲେଜର ନାମ କନ୍ଧମାଳ ମେଡିକାଲ କଲେଜ ରଖିବା ପାଇଁ ମିଳିତ ମଞ୍ଚର ଦାବୀ

ଫୁଲବାଣୀ:ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ସରକାରୀ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ଏହି ମେଡିକାଲ କଲେଜର ନାମକରଣ ନେଇ ଦାବୀ ରଖିଛି କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ। ଏହି ନୂତନ କଲେଜର ନାମ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ରଖିବା ପାଇଁ ଦାବୀ କରାଯାଇଛି। କୁଇ ସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ନେତା ମାନେ ଏହି ଦାବୀ ଉପସ୍ଥାପିତ କରିବା ସହ ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି। ଏଥିସହ ମେଡିକାଲ କଲେଜର ସମସ୍ତ କାମ ସରିଥିବା ଏବଂ ଉଦଘାଟନ ଅପେକ୍ଷାରେ ରହିଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ କଲେଜରେ ପୁଣିଥରେ ନୂଆକରି ରଙ୍ଗ ଦିଆଯିବା ପାଇଁ ଚାଲିଥିବା ଉଦ୍ୟମକୁ ନାପସନ୍ଦ କରିଛି ମିଳିତ ମଞ୍ଚ। ଅଯଥାରେ କୋଟି କୋଟି ଟଙ୍କା ଅପବ୍ୟୟ ନ କରିବାକୁ ପରାମର୍ଶ ଦିଆଯାଇଛି। ଏପରି ହେଲେ କନ୍ଧମାଳବାସୀ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସମନ୍ୱୟ ସମିତି ସମ୍ପାଦକ ତଥା ଆଦିବାସୀ ନେତା ଲମ୍ବୋଦର କହଁର। ସେହିଭଳି, ଏହି ମେଡିକାଲ କଲେଜରେ ବିଭିନ୍ନ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ମଧ୍ୟ ଦାବୀ କରାଯାଇଛି। ଅପରପକ୍ଷେ, ଫୁଲବାଣୀ ଠାରେ ଓୟୁଏଟି ଅଧୀନରେ ଥିବା ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ରକୁ ବଲାଙ୍ଗୀର ଉଠାଇ ନେବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶକୁ ତୀବ୍ର ବିରୋଧ କରିଛି ମିଳିତ ମଞ୍ଚ। ଏହାକୁ ଏଠାରେ ପୂର୍ବବତ ରଖିବା ସହିତ କ୍ରିୟାଶୀଳ କରିବା ପାଇଁ ଦାବୀ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବୀ ରଖିଛି ମଞ୍ଚ। ଅନ୍ୟଥା ଜିଲାବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ମିଳିତ ମଞ୍ଚ ସଭାପତି ସମୀର ଘଟାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories