ଜାତିର ଉତଥାନ ପାଇଁ ମାତୃଭାଷା ଏକ ଶକ୍ତିଶାଳୀ ଅସ୍ତ୍ର

କଣ୍ଟାବାଞ୍ଜି: କେ ଭି ମହାବିଦ୍ୟାଲୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡ ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଭାଗୀୟ ଆଧ୍ୟାପକ ପ୍ରଦ୍ୟୁମ୍ନ ବାଗ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସ୍ନାତକୋତ୍ତର ଓଡ଼ିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ମାତୃଭାଷା ଏକ ଜାତିର ଉତଥାନ ପାଇଁ ଏକ ଶକ୍ତିଶାଳୀ ଓ ମହାନ ଅସ୍ତ୍ର ବୋଲି ମତ ପ୍ରକାଶ ପାଇଥିଲା। ଭାଷା, ଭାବ, ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରତିପାଳିତ ହୁଏ ବୋଲି ଛାତ୍ରଛାତ୍ରୀ ମାନେ ମତ ଦେଇଥିଲେ।

Comments are closed.