ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚମ୍ପିୟାନ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ଖେଳପଡ଼ିଆ ଠାରେ ଚାଲିଥିବା ୩ ଦିିନିଆ ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦଳ ୧୪-୫ ଗୋଲରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚଟି କଲିକତା ବିଶ୍ୱବିଦ୍ୟାଳୟ ସହ ଖେଳି ୨୧-୮ ଗୋଲ କରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦଳ ବିଜୟୀ ହୋଇ ପ୍ରଥମ ସ୍ଥାନ ହାସଲ କରି ଚମ୍ପିୟାନ ହୋଇଛି। କଲିକତା ବିଶ୍ଵବିଦ୍ୟାଳୟ ରନର୍ସ ଅପ୍ ହୋଇଛି। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗିତାଞଳୀ ଦାଶ ,କ୍ରିଡ଼ା ସମ୍ପାଦକ ଡ଼ ସାରଦା ପ୍ରସାଦ ସାହୂ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ବିଜେତା ମାନଙ୍କୁ ମେଡାଲ ଓ ଟ୍ରଫି ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।
Comments are closed.