www.samajalive.in
Saturday, December 6, 2025
26.1 C
Bhubaneswar

ଏସବିଆଇ ଲିଡ ବ୍ୟାଙ୍କ ଦ୍ୱାରା ବୈଠକ

ସମ୍ବଲପୁର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଲିଡ୍ ବ୍ୟାଙ୍କ ଦ୍ୱାରା ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଡିସିସି, ଡିଏଲଆରସି ଓ ଡିଏଲଆରଏସି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ବଲପୁର ଜିଲାପାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଜିଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଡ଼ିଡ଼ିଏମ-ନାବାର୍ଡ ଦେବେନ୍ଦ୍ର କୁମାର ଦାଶ, ଏଲଡ଼ିଓ – ଆରବିଆଇ ସେବାଶ୍ରୀ ସାହୁ, ଏଲଡ଼ିଏମ-ସମ୍ବଲପୁର ଦେବ କିଶୋର ନାୟକ, ନିର୍ଦ୍ଦେଶକ-ଆରଏସଇଟିଆଇ ସୁବାଶ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ପ୍ରମୁଖ ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ବୈଠକରେ ସମ୍ବଲପୁର ଜିଲାର ବ୍ୟାଙ୍କ ଗୁଡିକର ଅଭିବୃଦ୍ଧି, ତ୍ରୈମାସିକ ଅଭିବୃଦ୍ଧି, କୃଷି ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡିକର ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି, ବ୍ୟାଙ୍କ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ୨୦୨୪ ସେପ୍ଟେମ୍ବର ଏବଂ ଡିସେମ୍ବର ଅବସ୍ଥିତ ବୈତିକ ସମୀକ୍ଷା, ବୈତିକ ତଥ୍ୟ, ବ୍ୟାଙ୍କ ର କ୍ରେଡିଟ୍ ଓ ଡିପୋଜିଟ୍ ଅନୁପାତ, ପ୍ରାଥମିକ କ୍ଷେତ୍ର ଋଣ ର ବଣ୍ଟନ, ବାର୍ଷିକ ଋଣ ଯୋଜନାର ସଫଳତା, ସରକାର ଙ୍କ ଦ୍ବାରା ପ୍ରଚଳିତ ଯୋଜନା ଗୁଡ଼ିକ (ଏନ୍ଆରଏଲଏମ୍, ଏନ୍ୟୁଆରଏଲଏମ୍) ଏବଂ ଗ୍ରାହକଙ୍କୁ ଉଚିତ୍ ସୁବିଧା ଦେବା ଆଦି ବିଷୟରେ ଆଲୋଚନା ହୋଇଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories