ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ କବରାପାଲି ଗ୍ରାମ ଏବେ ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ଅଟଲ ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ପାରିଥିବା ଗ୍ରାମ ହୋଇଛି। ଏଥି ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୂର ଆନୁକୂଲ୍ୟରେ ସମ୍ବଲପୂର ଜିଲା ଯୁଯୋମୁରା ବ୍ଲକ୍ କବରାପାଲି ଗ୍ରାମରେ ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଯୋଜନା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟବ୍ୟାଙ୍କ ଭୂବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥି ମୁଖ୍ୟ ଅତିଥି ଓ ଆରଡିସି ସଚିନ ରାମଚନ୍ଦ୍ର ଯାଦବ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଅଟଲ ପେନସନ ଯୋଜନାରେ କବରାପାଲି ଗ୍ରାମର ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ଏହା ସହ ପିଏମ ସୁର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାରେ ୧୦୦ ରୁ ଊର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି।
Popular Categories



