ନରସିଂହପୁର: ନରସିଂହପୁର ମହାବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରି, ମୂଖ୍ୟବକ୍ତା ଭାବେ ସାଂସଦ ଭତ୍ତୃହରି ମହତାବ, ବିଶିଷ୍ଟ ଅତିଥି ଭାବେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ କଟକ ଜିଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର କାର୍ତ୍ତିକ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ସଭାପତି ତଥା ଉପଜିଲାପାଳ ଆଠଗଡ଼ ହେମନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।
ଏ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଦିର୍ଘ୍ୟ ୩୭ବର୍ଷଧରି ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପୂରାତନ ଓ ବର୍ତ୍ତମାନର ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କ ଅବଦାନ ସହିତ ଶିକ୍ଷାଦାନ କରୁଥିବା ଅଧ୍ୟାପିକା ଅଧ୍ୟାପିକାଙ୍କର ପ୍ରଚେଷ୍ଟା ହିଁ ଆଜି ଶ୍ରେଷ୍ଠତା ଆଣିପାରିଛି। ବର୍ତ୍ତମାନ ପ୍ରତିଯୋଗୀତା ଶିକ୍ଷା କ୍ଷେତ୍ରରେ ନରସିଂହପୁର ମହାବିଦ୍ୟାଳୟର ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ୟତମ। ପ୍ରଥମେ ନିଜକୁ ଶୃଙ୍ଖଳିତ କରିପାରିଲେ ପ୍ରତ୍ୟେକ ବିଦ୍ୟାର୍ଥୀ ଭଲମଣିଷ ଭାବେ ସମାଜରେ ପରିଗଣିତ ହୋଇପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ। ଏହାପରେ ମହାବିଦ୍ୟାଳୟ ପରିସରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କାରାଯାଇ ପାରିବ ସେହି ପରିପ୍ରେକ୍ଷିରେ ଓକେକା ଭୂବନେଶ୍ୱର ତରଫରୁ ସୂର୍ଯ୍ୟ ପ୍ରସାଦ ରାଉତ ଓ ସ୍ଥାନୀୟ ଅଧ୍ୟାପକ ଦିଲ୍ଲୀପ କୁମାର ଛାଟୋଇ ଉପସ୍ଥିତ ରହି ଜ୍ଞାନ ପ୍ରଶିକ୍ଷଣ କେନ୍ଦ୍ରକୁ ଅତିଥିଙ୍କ ଦ୍ୱାରା ଉଦ୍ଘାଟିତ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥି ସହିତ ମହାବିଦ୍ୟାଳରେ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ପୁଜାରି ପ୍ରତିଶୃତି ପ୍ରଦାନ କରିଛନ୍ତି।



