www.samajalive.in
Thursday, December 11, 2025
18.1 C
Bhubaneswar

ବହୁଚର୍ଚ୍ଚିତ ଲୋମଶ ବାଳିକା ରେବତୀକୁ ମିଳିବ ସରକାରୀ ଚିକିତ୍ସା ସହାୟତା – ଜିଲାପାଳ

ବୌଦ୍ଧ: ବୌଦ୍ଧଜିଲାର ବଣ ଜଙ୍ଗଲ ଘେରା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଗ୍ରାମ ଖଳିସାହିର ବହୁ ଚର୍ଚ୍ଚିତ ଲୋମଶ ବାଳିକା ରେବତୀକୁ ମିଳିବ ସମସ୍ତ ସରକାରୀ ଚିକିତ୍ସା ସହାୟତା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ସତ୍ୟରଞ୍ଜନ ସାହୁ ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶଥାଉକି ବୌଦ୍ଧ ଜିଲାର ଉପାନ୍ତ ଓ ଦୁର୍ଗମ ଗ୍ରାମ ଖଳିସାହିର ଝିଅ ରେବତୀର ମୁହଁ ଦେଖିବାକୁ ଭାଲୁ ଭଳି ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ଏହା ତର୍କ ସୃଷ୍ଟି କରିଥିଲା। ରାଜ୍ୟ ସରକାର ଏହି ଖବରକୁ ଗମ୍ଭିରତାର ସହିତ ଗ୍ରହଣ କରି ରେବତୀର ଆଧୁନିକ ଚିକିତ୍ସା କରାଇବାକୁ ତାକୁ କଡକ ଖଳିସାହି ଗ୍ରାମରୁ ନେଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ।

ରାଜ୍ୟର ବଡ ବଡ ଚିକିତ୍ସକଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ପରେ ରେବତୀର ଅସ୍ତ୍ରପୋଚାର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ସେତେବେଳେ ରେବତୀର ଶରୀର ଦେଶର ଚିକିତ୍ସକମାନଙ୍କ ମଧ୍ୟରେ ଏକ ଗବେଷଣାର ଆଧାର ପାଲଟିବା ସହିତ ଗବେଷଣା ପାଇଁ ତାର ରକ୍ତ ନମୁନା ଚୋରୀ କରାଯାଇଥିବା ମଧ୍ୟ ଅଭିଯୋଗ ଉଠିଥିଲା। ତେବେ ସବୁ ଚର୍ଚ୍ଚା ମଧ୍ୟରେ କଟକ ବଡ ମେଡିକାଲରେ ରେବତୀ ମୁହଁରେ ସଫଳ ଅସ୍ତ୍ରପୋଚାର କରାଯାଇ ଏକ ନୂଆଁ ଚେହେରା ନେଇ ରେବତୀ ଆଧୁନିକ ଦୁନିଆଁ ପାଇଁ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଯାଇଥିଲା। ସେତେବେଳେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରେବତୀ ମୁହଁରେ ଅସ୍ତ୍ରପୋଚାର ଏକ ବଡ ସଫଳତା ବୋଲି ଆଲୋଚନା ହୋଇଥିଲା। ରେବତୀ ନୂଆଁ ରୂପରେ ପୁଣିଥରେ ନିଜର ଅବହେଳିତ ଦୁର୍ଗମ ଗ୍ରାମ ଖଳିସାହିରେ ପହଞ୍ଚିବା ପରେ ତାକୁ ଦେଖିବା ପାଇଁ ମଧ୍ୟ କିଛିଦିନ ପର୍ଯ୍ୟନ୍ତ ଲୋକଙ୍କ ସୂଅ ଛୁଟିଥିଲା।

- Advertisement -

 

ରେବତୀର ଦୈନନ୍ଦିନ ଜୀବନ ଶୈଳୀ,ତାର ଜିବିକା ନିର୍ବାହର ପନ୍ଥା,ନୂତନ ରୂପରେ ବଣ ଜଙ୍ଗଲ ମଧ୍ୟରେ ପେଟ ପାଇଁ ସଂଘର୍ଷ ଆଦି ଅନେକ ପ୍ରସଙ୍ଗ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ରେବତୀର ପ୍ରସଙ୍ଗ ଏବେ ଇତିହାସରେ। ମୁହଁର ଯତ୍ନ ନେବାକୁ ପାଖରେ ସମ୍ବଳ ନାହିଁ। ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ରେବତୀ ପ୍ରସଙ୍ଗକୁ ନେଇ ପୁଣିଥରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏବେ ବହୁ ଚର୍ଚ୍ଚିତ ଲୋମଶ ବାଳିକା ରେବତୀକୁ ଚିକିତ୍ସା ସହାୟତା ସହିତ ଅନ୍ୟାନ୍ୟ ସହାୟତା କରାଯିବ ବୋଲି ଜିଲାପାଳ ଶ୍ରୀସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ପରେ ପୁଣିଥରେ ରେବତୀ ଚର୍ଚ୍ଚାକୁ ଆସିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories