ସମ୍ବଲପୁରରେ କାଉନସିଲ ଅଫ ଇଣ୍ଡିଆର ଫାକ୍ଟ ଫାଇଣ୍ଡିଂ ଦଳ

ସମ୍ବଲପୁର: ସମ୍ବଲପୁରକୁ ଶନିବାର ବାର କାଉନସିଲ ଅଫ ଇଣ୍ଡିଆର ଫାକ୍ଟ ଫାଇଣ୍ଡିଂ ଦଳ ଆସିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଠାରେ ଅଦାଲତ ପରିସରରେ ଭଙ୍ଗାରୁଜା ଘଟଣାର ତଦନ୍ତ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆର ୩ ଜଣିଆ ଦଳ ଗସ୍ତରେ ଆସିଛନ୍ତି। ତଦନ୍ତ ପରେ ଏହି ଦଳ ବାର କାଉନସିଲ ଅଫ ଇଣ୍ଡିଆକୁ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ। ଏହି ଦଳରେ ବିସିଆର ପ୍ରତିନିଧି ରୂପେ ମାନଓ ମହାପାତ୍ର, ଦେବୀ ପ୍ରସାଦ ଧଳ ଓ ୱାଇ. ଦାସ ରହିଛନ୍ତି। ସମ୍ବଲପୁର ଗସ୍ତ କରି ଏହି ଦଳ ଜିଲା ଦୌରାଜଜ, ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର ଜିଲାପାଳ ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଙ୍କୁ ସାକ୍ଷାତକାର କରିଛନ୍ତି। ଏଥି ସହ ଅଦାଲତ ପରିସରରେ ହୋଇଥିବା ଭଙ୍ଗାରୁଜା ଘଟଣା ଏବଂ ଏହା ପରେ କଣ କଣ ଘଟିଛି, ସେ ନେଇ ଦଳ ତଦନ୍ତ କରିଥିଲା। ଅଦାଲତ ପରିସରକୁ ଯାଇ ତନ ତନ କରି ସବୁ ଦେଖିବା ପରେ ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟକୁ ଯାଇ ଓକିଲ ମାନଙ୍କ ସହିତ ଆଲୋଚନା କରିଥିଲେ।

Comments are closed.