କେନ୍ଦୁଝରଗଡ଼଼: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟକ୍ତ କରି ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ପଣ୍ଡାପଡ଼ା ଥାନା ସାରିଆ ଗ୍ରାମର ମକୁରୁ ଜୁଆଙ୍ଗ (୩୫) ୧ ଫେବୃୟାରୀ ୨୦୧୯ ଦିନ ଦ୍ୱିପ୍ରହରରେ ଜଣେ ୧୪ବର୍ଷର ନାବାଳିକାକୁ ତା’ର ଭାଉଜ ସହ ଧରି ଭାଇ ପଢ଼଼ୁଥିବା ବିଦ୍ୟାଳୟକୁ ଯିବା କହି ଭାଉଜକୁ ଅଧା ରାସ୍ତାରେ ଛାଡି ନାବାଳିକା ଜଣକୁ ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବା ସହ ଭାଇ ନେଇଥିବା ଧାର ଅର୍ଥ ନଫେରାଇବା ପର୍ଯ୍ୟନ୍ତ ଘରେ ତାଲା ପକାଇ ଅଟକ ରଖିଥିଲା। ଏ ସମ୍ପର୍କରେ ନାବାଳିକା ପରିବାର ଲୋକଙ୍କ ପାଖରୁ ଖବରପାଇ ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମକୁରୁକୁ ୫ ଫେବୃୟାରୀରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ମକୁରୁକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ୍ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମୋକଦ୍ଦମା ପରିଚାଳନା କରୁଥିଲେ।
Popular Categories



