କେନ୍ଦୁଝରଗଡ଼଼: ଅତିରିକ୍ତ ଜିଲା ଅଦାଲତରେ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ବିଚାର କରି ପିତୃ ହତ୍ୟାକାରୀ ପୁଅକୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସଦର ଥାନା କାଠବାରୀ ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ (୩୮) ଅତ୍ୟଧିକ ମଦ୍ୟପାନ କରି ୨୫ ସେପ୍ଟେମ୍ବର ୨୦୨୨ ସନ୍ଧ୍ୟାରେ ବାପା ଅତିଋଦ୍ଧଙ୍କୁ ଛାତି ଉପରକୁ ଗୋଇଠା ମାରିବା ସହ ଗୁରୁତର ଆକ୍ରମଣ କରିଥିଲେ। ପରଦିନ ଅନିଋଦ୍ଧଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଦୁଇଦିନ ପରେ ଅଭିଯୁକ୍ତ ପ୍ରଶାନ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଜଜ୍ କେନ୍ଦୁଝର ମମିତା ଦାସ ଅଭିଯୁକ୍ତ ପ୍ରଶାନ୍ତକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ଅତିରିକ୍ତ ପି.ପି. ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।
Popular Categories



