www.samajalive.in
Sunday, December 14, 2025
14.1 C
Bhubaneswar

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ରଥ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହୁମ୍ମା ଫାଣ୍ଡି ଅଧିକାରୀ ସୁଭ୍ରଜିତ ସାମନ୍ତରାୟ ଯୋଗ ଦେଇ ଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଭାରତୀୟ ନ୍ୟାୟ ସଂହତି ଆଇନ ସଂପର୍କରେ ସୂଚନା ଦେଇଥିଲେ। ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ଓ ସୁସ୍ଥ ସମାଜ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଉଦବୋଧନ ଦେଇଥିଲେ। ଛାତ୍ରୀ ମାନେ ଆତ୍ମ ସୁରକ୍ଷା କୌଶଳ ଶିଖିବା ସହ ସ୍ବାସ୍ଥ୍ୟବାନ ଓ ଆତ୍ମବିଶ୍ବାସୀ ହୋଇ ନିଜକୁ ସୁରକ୍ଷିତ କରି ସମାଜ ପାଇଁ ଏକ ଉଦାହରଣ ହେବା ଉଚିତ ବୋଲି ମତ ଦେଇଥିଲେ। ଛାତ୍ରୀ ମାନେ ତାଲିମ ନେଉଥିବା କୌଶଳ ପ୍ରଦର୍ଶନ କରିବା ସହ ଶେଷରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ବିଷୟ ଆଧାରିତ ଏକ ଏକାଙ୍କିକା ଅନନ୍ୟା ଅଭିନୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ତାଲିମ ପ୍ରଶିକ୍ଷକ ରିତା ଦାସ ଛାତ୍ରୀ ମାନଙ୍କୁ ଆଠ ଦିନ ଧରି ତାଲିମ୍ ଦେଇଥିଲେ। ଏଥିରେ ସଂଯୋଜିକା ବନିତା କୁମାରୀ ଶତପ‌ଥୀ ସଂଯୋଜନା କରିଥିଲେ। ଅଧ୍ୟାପକ ଗୌରହରି ବେହେରା, ଭରତ ନାହାକ, ସୁଧୀରକାନ୍ତ ପାଢୀ, ଅଧ୍ୟାପିକା ଶର୍ମୀଷ୍ଣା ସାମନ୍ତରାୟ ଓ ବାବୁନି ନାୟକ, ସ୍ବାଗତିକା ମହାନ୍ତି, ଜଗଦୀଶ ବିଶ୍ବାଳ, ମୋହନ ସୁନ୍ଦର ପଣ୍ଡା, ବିନାୟକ ସାହୁ, ବିଜୟ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories