www.samajalive.in
Saturday, December 13, 2025
15.1 C
Bhubaneswar

କନ୍ଧମାଳ ଜିଲ୍ଲା ଓବିସି ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଓବିସି ସଂଘର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ସାଲୁଙ୍କି ସାହି କପିଳେଶ୍ବର ମନ୍ଦିର ନିକଟସ୍ଥ ଗୋଷ୍ଠୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ନିରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଫୁଲବାଣୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ଅନେକ ଓବିସି ବର୍ଗର ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରାଙ୍କୁ ଚୟନ କରାଯାଇଛି। ସେହିପରି ଉପ ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ଗଣେଶ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଲବ ଡାକୁଆ, ସହ ସମ୍ପାଦକ ଭାବେ ଶିବ ବିଶ୍ବାଳ, ସାଙ୍ଗଠନିକ ସମ୍ପାଦକ ଭାବେ ନିରଞ୍ଜନ ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରମେଶଚନ୍ଦ୍ର ପ୍ରଧାନ ଓ ହରପ୍ରସାଦ ସାହୁଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ରାଜକିଶୋର ସାହୁ ଓ ନାରାୟଣ ସାହୁଙ୍କୁ ଚୟନ କରାଯାଇଛି। ସଂଗଠନକୁ ସମଗ୍ର ଜିଲ୍ଲାରେ ବିସ୍ତାର ଓ ସୁଦୃଢ କରିବା ଦିଗରେ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ଓ ସହଭାଗିତାର ଆବଶ୍ୟକ ଦିଗରେ ସଭାପତି କହିଥିଲେ। ଶେଷରେ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories