ସମ୍ବଲପୁର: ପୁର୍ବତଟ ରେଳବାଇ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନରେ କାର୍ଯ୍ୟରତ ରେଳ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଛି। ନର୍ଲା ରୋଡରେ କାର୍ଯ୍ୟରତ ପଏନ୍ଟ୍ ମ୍ୟାନ ରମେଶ ମହାନନ୍ଦ, ରାଜୀବ ବର୍ମା ଓ ବରିଷ୍ଠ ଗୁଡ୍ସ ରେଳ ପରିଚାଳକ ଦୀପକ କୁମାର ନାଗଙ୍କୁ ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଦଖଲ ଯୋଗୁଁଁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ପ୍ରମାଣପତ୍ର ଓ ନଗଦ ରାଶି ପ୍ରଦାନ କରି ସମ୍ମାନୀତ କରିଛନ୍ତି। ଏହି ଅବସରରେ ବରିଷ୍ଠ ନିରାପତ୍ତା ଅଧିକାରୀ ସମ୍ବିତ ସୌରଭ ନାୟକ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



