www.samajalive.in
Friday, December 12, 2025
17.1 C
Bhubaneswar

ରେଳ ସେବା ବୃଦ୍ଧି କରିବାକୁ ଦାବି କଲେ ଗୋବିନ୍ଦ ଅଗ୍ରୱାଲ

ସମ୍ବଲପୁର: ବିଜେପିର ବରିଷ୍ଠ ନେତା ତଥା ରେଳବାଇ ଡିଅରୟୁସିସି ସଦସ୍ୟ ଗୋବିନ୍ଦ ଅଗ୍ରୱାଲ ପଶ୍ଚିମ ଓଡ଼ିଶାରେ ରେଳ ସେବାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେଙ୍କୁ ସାକ୍ଷାତକାର କରି ତାଙ୍କର ଜରିଆରେ ଶ୍ରୀ ଅଗ୍ରୱାଲ ଦେଇଥିବା ଦାବିପତ୍ର ଅନୁଯାୟୀ, ପୁରୀରୁ ରାଉରକେଲା ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଓ ଜାମ୍ମୁ ତାୱି ଏକ୍ସପ୍ରେସକୁ ଉଭୟ ପାର୍ଶ୍ବରୁ ପ୍ରତିଦିନ ଚଳାଚଳ, ରେଢ଼ାଖୋଲ, ସମ୍ବଲପୁର ଓ ସମ୍ବଲପୁର ସିଟି ଷ୍ଟେସନର ପୁନଃବିକାଶ କାର୍ଯ୍ୟକୁ ଗତି ଦେବା, ସମ୍ବଲପୁରରୁ ପୁଣେ ପର୍ଯ୍ୟନ୍ତ ଏକ ନୂତନ ଏକ୍ସପ୍ରେସ ରେଳଗାଡି ଚଳାଇବା, ସମ୍ବଲପୁରରୁ ପୁରୀ ଇନ୍ଟରସିଟି ଏକ୍ସପ୍ରେସର ସମ୍ବଲପୁର ସିଟି ଷ୍ଟେସନରେ ରହଣି କରିବା ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଭାୟା ସମ୍ବଲପୁର ଏବଂ ପୁରୀରୁ ସମ୍ବଲପୁର ଚାଲୁଥିବା ଇନ୍ଟରସିଟି ଏକ୍ସପ୍ରେସ ଗୁଡିକର ଚଳାଚଳ ଠିକଣା ସମୟରେ କରିବା ପାଇଁ ଦାବି କରାଯାଇଛି। ଦାବିପତ୍ର ଗ୍ରହଣ କରିବା ସହିତ ସମ୍ବଲପୁର ଡିଆରଏମ ଶ୍ରୀ ପାଣ୍ଡେ ଏ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories