www.samajalive.in
Saturday, December 6, 2025
14.1 C
Bhubaneswar

ବିଏସପି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ସମ୍ବଲପୁର: ଜିଲା ବହୁଜନ ସମାଜ ପାର୍ଟି ତରଫରୁ ବିଗତ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଡ. ବିଆର ଆମ୍ବେଦକରଙ୍କ ପ୍ରତି ଦେଇଥିବା ମନ୍ତବ୍ୟର ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ମୁଦିପଡ଼ା ଛକରୁ ପାର୍ଟିର ପଦାଧିକାରୀ ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ନାରା ଓ ପୋଷ୍ଟର ପ୍ରଦର୍ଶନ କରି ଏକ ପଟୁଆରରେ ଜିଲାପାଳ କାର୍ଯ୍ୟାଳୟକୁ ଆସି ତୀବ୍ର ବିରୋଧ ପ୍ରଦର୍ଶନ କରି ଗୃହମନ୍ତ୍ରୀଙ୍କ ଇସ୍ତାଫା ଦାବି ସହିତ ତାଙ୍କର ଫଟୋ ଚିତ୍ର ପୋଡିଥିଲେ। ଏହା ପରେ ଏକ ପ୍ରତିନିଧି ମଣ୍ଡଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି କୁମେଶ ବାଗ, ଜିଲା ସଂଯୋଜକ ଅନୀଲ ନାୟକ, ହେମନ୍ତ ଗର୍ଡ଼ିଆ, ମହିଳା ମୋର୍ଚ୍ଚାର ଇପସିତା ନାଏକ, ଜେ. ରାଜହଂସ, ପିଙ୍କି ବିଭାର, ଇନ୍ଦୁ ବାଗ, ଲବ ସୁନା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories