ଲୋକ ମହୋତ୍ସବ ଉଦଘୋଷକ ଚୟନ ସମ୍ପନ୍ନ
ସମ୍ବଲପୁର: ଲୋକ ମହୋତ୍ସବ ୨୦୨୫ ପାଇଁ ଉଦଘୋଷଣା ଉପ ସମିତି ତରଫରୁ ଉଦଘୋଷକ ଉଦଘୋଷିକା ଚୟନ ପ୍ରକ୍ରିୟା ରବିବାର ସ୍ଥାନୀୟ ପାନ୍ଥନିବାସ ପ୍ରୋକ୍ଷାଳୟ ଠାରେ ଚୁଡାନ୍ତ ହୋଇଛି। ଏହି ଚୟନ ଶିବିରରେ ବିଭିନ୍ନ ସ୍ଥାନରୁ ଆସିଥିବା ୫୦ ଜଣ ଯୁବକ ଯୁବତୀ ସାମିଲ ହୋଇଥିଲେ। ଚୟନ ଶିବିରରେ ଅଧ୍ୟାପକ ଡ଼ ମୁରଲୀଧର ନାୟକ, ନାଟ୍ୟ ଅଭିନେତା ନିର୍ଦେଶକ ପ୍ରଦୀପ କୁମାର ପଣ୍ଡା, ନାଟ୍ୟକାର ନିର୍ଦ୍ଦେଶକ ସତ୍ୟ ରଂଜନ ବେହେରା, ଉଦଘୋଷକ ରାମାଶିଷ ତ୍ରିପାଠୀ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଚୟନ ଶିବିରରେ ସମସ୍ତ ପ୍ରତିଭାଗୀ ମାନଙ୍କ ପ୍ରଦର୍ଶନ ଆଧାରରେ ସମ୍ବଲପୁରୀ, ଇଂରାଜୀ, ଓଡ଼ିଆ ତଥା ହିନ୍ଦୀ ଭାଷା ପାଇଁ ୧୨ ଜଣ ସୁଦକ୍ଷ ଉଦଘୋଷକଙ୍କୁ ଚୟନ କରାଯାଇଥିଲା। ଆବାହକ ମିମାଂଶା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୟନ ପ୍ରକ୍ରିୟାରେ ନୋଡାଲ୍ ଅଫିସର ସୁଶାନ୍ତ କୁମାର ନାଏକ ସମେତ ସଂଯୋଜକ ପ୍ରଫୁଲ୍ଲ ହୋତା, ସହ ସଂଯୋଜକ ରଂଜନ ସାହୁ, ବିଭିନ୍ନ ଉପସମିତି ଆବାହକ ଅତୀଶ କୁମାର ସତପଥି, ନନ୍ଦକିଶୋର ସାହୁ, ଦଶରଥ ମେହେର ତଥା ଉପଦେଷ୍ଟା ରାମଦାଶ ପଣ୍ଡା, ସୁଧୀର କୁମାର ବହିଦାର, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଚୟନ ଶିବିର ଆୟୋଜନ ରେ ଦିଲ୍ଲୀପ କୁମାର ସାହୁ, ଗଣେଶ ମେହେର, ସୁଗ୍ୟାଁନ୍ ସାହୁ, ପଲ୍ଲବୀ ଦାଶ, ସୁଭସ୍ମିତା ମିଶ୍ର, ମାନସ ରଂଜନ ମିଶ୍ର ତଥା ଅନ୍ୟ ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟ ସମାପନ କରିଥିଲେ।
Comments are closed.