ସର୍ବଭାରତୀୟ ସପ୍ତମ ସାନ୍ତାଳି ଲେଖକ ସମ୍ମିଳନୀ ଉଦ୍ଘାଟିତ
କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ଅଶୋକ ବାଟିକା ଠାରେ ଆୟୋଜିତ ସର୍ବଭାରତୀୟ ସପ୍ତମ ସାନ୍ତାଳୀ ଲେଖକ ସମ୍ମିଳନୀ ଆରମ୍ଭ ହୋଇଛି। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ଅବସରରେ ଭାଷା ଗୋଟିଏ ଜାତିକୁ ସମୃଦ୍ଧ କରିଥାଏ ବୋଲି କହିଥିଲେ। ଦେଶ ଓ ବିଦେଶରେ ସାନ୍ତାଳି ଭାଷା ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ସାନ୍ତାଳି ଶିକ୍ଷକ ନିଯୁକ୍ତି ସହ ଭାଷାରେ ଶିକ୍ଷାଦାନ ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ସାନ୍ତାଳୀ ସମ୍ପ୍ରଦାୟରୁ ଆସି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଥିବାରୁ ମୋ ସମାଜକୁ କିଭଳି ଆହୁରି ଆଗକୁ ନିଆଯାଇ ପାରିବ ତାହା ମୋର ଗୁରୁ ଦାୟିତ୍ୱ ଏବଂ ଏଥିପାଇଁ ଆପଣ ମାନଙ୍କର ସହଯୋଗ ଓ ସମର୍ଥନ ଲୋଡିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ମରଣିକା ସହ ସାନ୍ତାଳି ଭାଷାରେ ରଚିତ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
Comments are closed.