ଇକୋ ହାକାଥନ ଜାତୀୟସ୍ତରୀୟ ପ୍ରଦର୍ଶନୀରେ ଲହଣ୍ଡା ସ୍କୁଲ୍ ଛାତ୍ରଙ୍କ ପ୍ରକଳ୍ପ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ରୋହିତ ଭୁଏଙ୍କ ପ୍ରକଳ୍ପ ଜାତୀୟ ସ୍ତରରେ ଅନୁଷ୍ଠିତ ଇକୋହାକାଥନ ପାଇଁ ମନୋନୀତ ହୋଇଥିଲା। ଡିସେମ୍ବର ୧୭ ତାରିଖରେ ନୂଆଦିଲ୍ଲୀର ଏନ୍ ଡି ଏମ୍ ସି କନଭେନସନ୍ ସେଣ୍ଟରରେ ଆୟୋଜିତ ଜାତୀୟ ପ୍ରଦର୍ଶନୀରେ ସେ ନିଜର ପ୍ରକଳ୍ପ ସୌର ଚାଳିତ ଘାସ କଟା ଯନ୍ତ୍ର ପ୍ରଦର୍ଶିତ କରିଥିଲେ। ଓଡିଶାରୁ ମୋଟ ୫ ଜଣ ଛାତ୍ର ଛାତ୍ରୀ ଏହି ପ୍ରଦର୍ଶନୀରେ ଯୋଗ ଦେଇଥିବା ବେଳେ ରୋହିତ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ପ୍ରଦର୍ଶନୀରେ ମୋଟ ୮୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପରିବେଶ ଅନୁକୂଳ ଏହି ଉପକରଣଟି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥଲା। ତାଙ୍କର ଏହି ଯନ୍ତ୍ର ସୌର ଶକ୍ତିର ବ୍ୟବହାରରେ କାମ କରିଥାଏ। ତେଣୁ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରୁଥିବା ଯୋଗୁଁ ଏହା ଉଭୟ କୃଷକର ଖର୍ଚ୍ଚ ଓ ପରିବେଶ ପ୍ରଦୂଷଣ କମ୍‍ କରିଥାଏ। ବାୟୁମଣ୍ଡଳରେ କାର୍ବନ ନିର୍ଗମନକୁ କମ୍‍ କରିବାରେ ଏହି ଯନ୍ତ୍ରଟି ସାହାଯ୍ୟ କରିବ ବୋଲି ପ୍ରଦର୍ଶନୀରେ ରୋହିତ ମତ ପ୍ରକାଶ କରିଥିଲେ।

Comments are closed.