ଗୋପାଳପୁରରେ କ୍ଲଷ୍ଟର ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ
ଗୋପାଳପୁର: ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଥିବା ପିଏମ୍ ଶ୍ରୀ କେନ୍ଦୀୟ ବିଦ୍ୟାଳୟ ଗୋପାଳପୁରରେ କ୍ଲଷ୍ଟର୍ ସ୍ତରୀୟ ବାଲ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ଅନୁଷ୍ଠିତ ମେଳା ରେ କ୍ଲଷ୍ଟର ଅନ୍ତର୍ଗତ ଚିଲିକା, କନ୍ଧମାଳ, ଦିଗପହଣ୍ଡି, ଭଞ୍ଜନଗର, ଛତ୍ରପୁର, ବ୍ରହ୍ମପୁର, ଆସ୍କା, ହିଞ୍ଜିଳିକାଟୁ ଏଵଂ ଗୋପାଳପୁରର ପାଖାପାଖି ୯୦ ଜଣ ପ୍ରତିଯୋଗୀ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ଉପଯୋଗ କରି ନୂଆ ନୂଆ ପ୍ରକଳ୍ପ ନିର୍ମାଣ କରି ବିଚାରକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଜ୍ଞାନ ମେଳା ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତଵ୍ୟରେ ବିଜ୍ଞାନର ଉପଯୋଗିତା ଏଵଂ ତାହାର ପ୍ରୟୋଗ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ପ୍ରଧ୍ୟାପକ ଡ଼ ଆର୍, ସି ଜେନା, ଡକ୍ଟର ମୃତୁଞ୍ଜୟ ସ୍ୱାଇଁ, ନୌବାହିନୀ ଏଵଂ ଆର୍ମିର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଅଧ୍ୟକ୍ଷ ବି ଏନ୍ ଦାସ ଅଧ୍ୟକ୍ଷତା କରିବା ସହ ମେଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
Comments are closed.