ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପ୍ରାୟ ନାହିଁ ନାହିଁରେ କାମ କରୁଛି । କାରଣ ଉକ୍ତ ପଞ୍ଚାୟତ ସରପଞ୍ଚ ନକୁଳ ନାଏକ ଦୀର୍ଘ ମାସ ପ୍ରାୟ ହେବ ରୋଗଶଯ୍ୟାରେ ପଡ଼ିଥିବା କାରଣରୁ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଲଡୁଗାଁ ପଞ୍ଚାୟତ ୨୦ ୱାର୍ଡ ର ସଭ୍ୟ ସମୂହ ଙ୍କ ଅଭିଯୋଗ ଅନୁସାରେ ସେ ପାଖାପାଖି ୩ ମାସ ରୁ ଉର୍ଦ୍ଧ୍ବ ସମୟ ହେବ ପଞ୍ଚାୟତ କାର୍ଯ୍ୟ ରେ ସମୟ ଦେଇ ପାରୁନାହାନ୍ତି । ଯାହାକୁ ନେଇ ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିବା ଓ ସରପଞ୍ଚ ଦାଇତ୍ଵ ନାଏବ ସରପଞ୍ଚ କିମ୍ବା କୌଣସି ଅଧିକାରୀଙ୍କୁ ହସ୍ତାନ୍ତର କରିବା ଦାବି ନେଇ ପଞ୍ଚାୟତ ର ୱାର୍ଡ ମେମ୍ବର ସମୂହ ପୂର୍ବରୁ ସ୍ଥାନୀୟ କୋକସରା ବ୍ଲକ ପ୍ରଶାସନ ନିକଟରେ ଦାବି କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଲଡୁଗାଁ ପଞ୍ଚାୟତ ର ସରପଞ୍ଚ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ନିକଟକୁ ଚିଠି କରାଯାଇଛି ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ କୌଣସି ନିର୍ଦେଶ ଆସିନାହିଁ ବୋଲି ବିଡ଼ିଓ ବିଶ୍ୱନାଥ ରାଉତ ୱାର୍ଡ ସଦସ୍ୟ ସମୂହଙ୍କୁ ସଫେଇ ଦେଇଥିବା ଜଣାପଡିଛି । ସମୂହଙ୍କ ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ୱାର୍ଡ ମେମ୍ବର ମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ଭବାନୀପାଟଣାକୁ ଯାଇଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତ କାରଣରୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ସରପଞ୍ଚ ସମସ୍ୟା ର ସମାଧାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।ଦାବିପତ୍ର ପ୍ରଦାନ ସମୟରେ ଲଡୁଗାଁ ପଞ୍ଚାୟତ ର ୱାର୍ଡ ସଭ୍ୟ ରୁକ ଶବର,ରୁଦ୍ର ପ୍ରସାଦ ଦାସ,ପ୍ରକାଶ ପୁଝାରି, ଫକୀର ମୋହନ ହଂସ,ସୁଧୀର ରାଉତ, ରାଜେଶ ସାହୁ, ବିଷ୍ଣୁ ପ୍ରସାଦ ମାଝୀ, ଟୁନି ଦିଶାରୀ, ଜାନକୀ ପାନ, ରୁକ୍ମଣୀ ଦାସ, ଅଷ୍ଟମୀ ଦଣ୍ଡସେନା, କୁନ୍ତଳା ମଙ୍ଗରାଜ, ଉର୍ବଶୀ ନିଆଳ, ଭୂମିସୁତା ସୋରି ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ପ୍ରଶାସନର ଦ୍ୱାରସ୍ଥ ହୋଇ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସରପଞ୍ଚ ନିଯୁକ୍ତ କରିବାକୁ ଦାବି କରିଛନ୍ତି।
Popular Categories



