ରେଙ୍ଗାଲିକ୍ୟାମ୍ପ: ଅତାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମି ପଟା ପ୍ରଦାନ ଦାବି ନେଇ ଆମରଣ ଅନଶନରେ ବସିଥିଲେ ହୀରାକୁଦ ବିସ୍ଥାପିତ ପରିବାର। ଦୀର୍ଘ ୬ ଘଣ୍ଟା ପରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଧାରଣ ସ୍ଥଳରେ ପହଞ୍ଚି ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ୨୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ପ୍ରଦାନ କରିବା ଓ ଅବଶିଷ୍ଟ ପରିବାରଙ୍କ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ଜାନୁଆରୀ ୫ ସୁଦ୍ଧା ପଟ୍ଟା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରିଥିଲେ। ଉପଜିଲ୍ଲାପାଳଙ୍କ ସହ ସହକାରୀ ଜିଲ୍ଲାପାଳ ମଦନଲାଲ ପଣ୍ଡା, ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ଓ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ବିଶ୍ଵର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଜଳଭଣ୍ଡାର ସୃଷ୍ଟି ପାଇଁ ବିସ୍ଥାପିତ ହୋଇଥିବା ୨୬୫୦୧ ପରିବାରଙ୍କ ମଧ୍ୟରୁ ଅଧିକାଂଶ ଆଜିଯାଏଁ ଘରଡିହ ନ ପାଇ ଯାଯାବର ଭାବରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅତାବିରା ତହସିଲରେ ୧୩୦୦ ଆବେଦନ ବିଚାରାଧୀନ ରହିଥିବା ତଥା ପୂର୍ବତନ ତହସିଲଦାର ମର୍ଗଡରିଶିକା ପତ୍ର ସଂଖ୍ୟା ୧୭୩୪ ତା ୨୧-୧-୨୦୧୪ କୁ ଭୁଲ୍ ରୂପାନ୍ତରଣ କରି ବାଟବଣା କରି ସମସ୍ୟାକୁ ଅଧିକ ଜଟିଳ କରିବା, ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିସ୍ଥାପିତ ପରିବାରଙ୍କୁ ଜମି ଦେବାପାଇଁ ବଦ୍ଧ ପରିକର ଥିବା ବେଳେ ଅତାବିରା ତହସିଲଦାର ଏମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ତଥା ଗତ ତା ୧୨-୩-୨୦୨୪ , ପତ୍ର ସଂଖ୍ୟା ୮୦୭ର ଆଜି ଯାଏଁ ପାଳନ ହୋଇ ନଥିବା ନେଇ ଏହି ବିସ୍ଥାପିତ ପରିବାର ଆଜି ଅମାରବ ଅନଶନକୁ ଓହ୍ଲାଇ ଥିଲେ । ଯଦି ଜାନୁଆରୀ ୧୫ ସୁଦ୍ଧା ଉପ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି କୁ ପାଳନ କରାନ ଯାଏ, ତେବେ ସେମାନେ ପୁଣି ଆମରଣ ଅନଶନ କରିବେ ବୋଲି ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
Popular Categories



