www.samajalive.in
Saturday, December 6, 2025
16.1 C
Bhubaneswar

ରାଧାଶ୍ୟାମ ମେହେରଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ଓଡ଼ିଶାର ଗୌରବ ବାନ୍ଧକଳାର ଯୁଗ ସ୍ରଷ୍ଟା, ବିଶିଷ୍ଠ ସାଧୁନତା ସଂଗ୍ରାମୀ, ସମାଜସେବୀ ଓ ସଂସ୍କାରକ ରାଧାଶ୍ୟାମ ମେହେରଙ୍କ ୧୧୬ ତମ ଜୟନ୍ତୀ ବୁଧବାର ପାଳନ କରାଯାଇଛି। ଏହି ଅବସରରେ ସମ୍ବଲପୂର ମେହେର ଭୂଲିଆ ସମାଜ ପକ୍ଷରୁ ସମ୍ବଲପୁର ମାରୱାଡ଼ି ପଡ଼ା ସ୍ଥିତ ଭୂଲିଆପଡା ପଞ୍ଚକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ରାଧାଶ୍ୟାମ ମେହେରଙ୍କ ଜୟନ୍ତୀ ପାଳନ କରାଯାଇଛି। ମେହେର ଭୂଲିଆ ସମାଜର ସଭାପତି ରମାକାନ୍ତ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସମ୍ପାଦକ ଗୋକୁଳ ମେହେର ମଞ୍ଚାସିନ ଥିଲେ। ଏଥିରେ ଶିବପ୍ରସାଦ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ଗୌରବ ବାନ୍ଧକଳାର ଯୁଗ ସ୍ରଷ୍ଟା ବିଶିଷ୍ଠ ସାଧୁନତା ସଂଗ୍ରାମୀ, ସମାଜସେବୀ ଓ ସଂସ୍କାରକ ରାଧାଶ୍ୟାମ ମେହେରଙ୍କ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନ ନେଇ ସ୍ମୂତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories