www.samajalive.in
Saturday, December 6, 2025
26.1 C
Bhubaneswar

ଆତ୍ମନିଯୁକ୍ତି ପାଇବେ ୫୦୦ ଦିବ୍ୟାଙ୍ଗ

ସମ୍ବଲପୁର: ରାଜ୍ୟ ଭିନ୍ନକ୍ଷମ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମସିଏଲ) ତରଫରୁ ୭.୫୦ କୋଟି (ସିଏସଆର ଫଣ୍ଡ) ଟଙ୍କାର ଅନୁଦାନ ଦ୍ବାରା ୫୦୦ଟି ଇ-ରିକ୍ସା ରାଜ୍ୟର ୩୦ ଗୋଟି ଜିଲାର ଦିବ୍ୟାଙ୍ଗ ମାନଙ୍କୁ ସମ୍ବଲପୁର ଠାରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସୁଚନା ଅନୁଯାୟୀ, ଉକ୍ତ ବିତରଣ ଉତ୍ସବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସ୍ଥାନୀୟ ଜନ ପ୍ରତିନିଧି, ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ପଦଧିକାରୀ ମାନଙ୍କର ଉପସ୍ଥିତିରେ ଆୟୋଜନ କରାଯିବ। ଜିଲା ପ୍ରଶାସନ, ସମ୍ବଲପୁର ଦ୍ବାରା ସମସ୍ତ ବ୍ୟବସ୍ଥା କରାଯିବାର ନିର୍ଦ୍ଦେଶ ରହିଛି। ଏହା ଦ୍ୱାରା ସମ୍ବଲପୁର ଜିଲା ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରି ଭିନ୍ନକ୍ଷମ ମାନଙ୍କୁ ନୂଆନୂଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ଉଦାହରଣ ସୃଷ୍ଟି କରିବ।

ଜିଲାପାଳଙ୍କ ଅଧ୍ୟକ୍ଷତା ରେ ବୁଧବାର ପ୍ରସ୍ତୁତି ବୈଠକ ଏସ୍.ଏସ୍.ଏ. ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇ-ରିକ୍ସାର ସ୍ଥିତି, କାର୍ଯ୍ୟକ୍ରମ ପାଇଁ ସ୍ଥାନ ଚୟନ, ହିତାଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ସ୍ଥାନ ଚୟନ, ନୋଡାଲ ଅଫିସର ଚୟନ, ପରିବହନ କମିଟି ଗଠନ, ମଞ୍ଚ ବ୍ୟବସ୍ଥା କମିଟି ଗଠନ, ଆମ୍ବୁଲାନ୍ସ/ଅଗ୍ନିଶମ ସେବାର ବ୍ୟବସ୍ଥା ଓ କାର୍ଯ୍ୟକ୍ରମ କାର୍ଯ୍ୟକୁ ସୁଗମ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଜିଲାର ଭିନ୍ନକ୍ଷମ ମାନେ କିପରି ସୂଚାରୁ ରୂପେ ସମ୍ବଲପୁରକୁ ଆସି କାର୍ଯ୍ୟକ୍ରମରେ ଭାଗ ନେବେ, ସେଥିପାଇଁ ବିଭିନ୍ନ କମିଟି ମାନ ଗଠନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପ ଜିଲାପାଳ ସଦର ଡ. ପୁଷ୍ପାଞ୍ଜଳି ପଣ୍ଡା, ଆରଟିଓ ରାମଦାସ ଟୁଡୁ, ନିଜାରତ ଅଫିସର ସୂର୍ଯ୍ୟକାନ୍ତ ବରାଳ, ଡେପୁଟି କମିସନର – ଏସଏମସି ସୀମା ସବିତା କୁଲୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର କୁମାର ମହାନନ୍ଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories