ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁରକୁ ଏକ ଦିବସୀୟ ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମାଁ ସମଲେଶ୍ୱରୀଙ୍କ ଦର୍ଶନ ବୁଧବାର କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଧାନ ସଂଗ୍ରହ ସମ୍ପର୍କିତ ବୈଠକରେ ଯୋଗ ଦେବା ପରେ ମନ୍ଦିରରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ନାଉରୀ ନାଏକ, ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ଜିଲା ବିଜେପି ସଭାପତି ଗିରିଶ ପଟେଲ, ସୁଶାନ୍ତ ପୁରୋହିତ, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ଅଜିତ ବେହେରା, ସୀତିକାନ୍ତି ମେସୁଆ, ଲକ୍ଷ୍ମୀପ୍ରିୟା ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।
Comments are closed.