www.samajalive.in
Sunday, December 14, 2025
14.1 C
Bhubaneswar

ଗୋଷ୍ଟାଷ୍ଟମୀରେ ଗୋଶାଳାରେ ମନ୍ତ୍ରୀଙ୍କ ପୂଜାର୍ଚ୍ଚନା ଓ ଗୋସେବା

ଗୋପାଳପୁର: ଗୋଷ୍ଟାଷ୍ଟମୀ ପାଳନ ଅବସରରେ ଗୋଳନ୍ଥରା ସ୍ଥିତ ଗୋଶାଳା ଠାରେ ଆୟୋଜିତ ଗୋପୁଜନ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଗୋପୂଜନ କରି ଫଳ ଖୁଆଇ ଗୋବଂଶର ସୁରକ୍ଷା କାମନା କରିଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ଗୋଷ୍ଠାଷ୍ଠମୀ ମହୋତ୍ସବରେ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଗୋଳନ୍ଥରା ଠାରୁ ବାହାରି ମୌଳାଭଞ୍ଜା ଗୋଶାଳା, ସେଠାରୁ କରଞ୍ଜେଇ ସ୍ଥିତ ଗୋସଂରକ୍ଷଣ ଓ ଗୋବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଗୋପୂଜନ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ଗୋମାତା ଙ୍କ ତାପ୍ତର୍ୟ୍ଯ ନେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ।ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଇର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ, ଗୋପାଳନ ଦ୍ଵାରା ଗବ୍ୟ ପଦାର୍ଥର ଉପଯୋଗୀତା, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି।ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,  ମହନ୍ତ ଚିନ୍ମୟାନନ୍ଦ, ରାଜେଶ ସାହୁ, ସମାଜ ସେବୀ ସୁନିଲ କୁମାର ପାତ୍ର, ରଜତ ପଣ୍ଡିତ, ଜଗମୋହନ ପାତ୍ର ସମେତ ଅଞ୍ଚଳର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories