୭୫ତମ କଳାହାଣ୍ଡି ପ୍ରତିଷ୍ଟା ଦିବସ ପାଳିତ
କଲମପୁର: ନଭେମ୍ବର ୧ ତାରିଖ କଳାହାଣ୍ଡି ଜିଲ୍ଲା ଗଠନ ଦିବସ। ୧୯୪୯ରୁ ୨୦୨୪ ଦୀର୍ଘ ୭୫ ବର୍ଷର ଏହି ଯାତ୍ରା। ଶୁକ୍ରବାର କଳାହାଣ୍ଡି ଜିଲ୍ଲାର ପ୍ରତି ବ୍ଲକସ୍ତରରେ ଏହି କଳାହାଣ୍ଡି ଜିଲ୍ଲା ଗଠନର ୭୫ତମ ବର୍ଷ ମହାସମାରୋହର ସହିତ ପାଳନ କରାଯାଇଛି। କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂ ହଲ୍ ଠାରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତହସିଲଦାର ସ୍ମରଣୀକା ତୁଳ, ଗୋଷ୍ଟୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ, ମହିଳା ଓ ଶିଶୁ ବିକାଶ ଅଧିକାରୀ ନିର୍ବାସିନୀ ଦେଈ, ବିଧାୟକଙ୍କ ପ୍ରତିନିଧି ଶୁସାନ୍ତ କୁମାର ରାଉତ ଏବଂ ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା ପ୍ରମୁଖ ମଞ୍ଚାସିନ ହେଇଥିଲେ। କଳାହାଣ୍ଡି ଲୋକ ସଂସ୍କୃତି, କଳାହାଣ୍ଡିର ସାମାଜିକ, ଅର୍ଥନୈତିକ ବିକାଶ ନେଇ ଅତୀତ ଏବଂ ବର୍ତମାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୂରସ୍କୃତ କରି ଅତିଥିମାନେ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳାଙ୍କ ସମତେ ସମସ୍ତ ଜନ ପ୍ରତିନିଧି ଏବଂ ସାଧାରଣ ଜନତା ଉପସ୍ଥିତ ରହିଥିଲେ।
Comments are closed.