ବୀର ବାଦ୍ୟ ଘୁମୁରା ପ୍ରତିଯୋଗିତା ଉଦଯାପିତ
କଲମପୁର: ପବିତ୍ର ଦିପାବଳୀର ଶୁଭ ଅବସରରରେ କଲମପୁର ଜଗନ୍ନାଥପଡ଼ା ନିତାଇ ଗୌର ସାଂସ୍କୃତିକ ଅନୁଷ୍ଟାନ ପକ୍ଷରୁ ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବୁଧବାର ରାତି ସାଢେ ୧୦ବେଳେ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ ମଂଚ ଉଦଘାଟନ କରିବା ପରେ ଆରମ୍ଭ ହେଇଥିବା ଘୁମୁରା ନୃତ୍ୟ। ଯାହା ଗୁରୁବାର ସକାଳେ ସମ୍ପନ୍ନ ହେଇଥିଲା। ଜିଲ୍ଲାର ୮ ଗୋଟି ଘୁମୁରା ଦଳ ଯୋଗ ଦେଇ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ନିତାଇ ଗୌର ସାଂସ୍କୃତିକ ଅନୁଷ୍ଟାନର ପ୍ରଶାନ୍ତ କଙ୍କରିଆ, ବିରଂଚି ନାଗ, କୃଷ୍ଣ ଚନ୍ଦ୍ର ବାଗ, ସନ୍ତୋଷ କୁମାର ଶଗଡ଼ିଆ ପ୍ରମୁଖଙ୍କ ସମେତ ଅନୁଷ୍ଠାନର ଅନ୍ୟ କର୍ମକର୍ତା, ଅନନ୍ତ ଜଗରୀଆ, ରାଜେଶ କୁମାର ଶର୍ମା, ସତ୍ୟ ନାରାୟଣ ସାହୁ, କମଳ ନାଏକ ପ୍ରମୁଖ ମଂଚାସୀନ ଥିଲେ। ପ୍ରତିଯୋଗିତାରେ କାଶିବାହାଲ ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ କଦଳୀମୁଣ୍ଡା ଘୁମୁରା ଦଳ ଦ୍ୱିତୀୟ ଏବଂ ମାଲପଡ଼ା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୂରସ୍କୃତ ହେଇଥିଲେ।
Comments are closed.