www.samajalive.in
Monday, December 8, 2025
14.1 C
Bhubaneswar

ଧାମରାରେ ମତ୍ସ୍ୟଜିବୀଙ୍କ ମଧ୍ୟରେ ସଚେତନତା ଶିବିର

ଧାମରା: ମୁମ୍ବାଇ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ହାମଲାକୁ ଦୃଷ୍ଟିରେ ରଖି ଆଜି ଧାମରାରେ ମତ୍ସ୍ୟଜିବୀ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ, ଧାମରା ମେରାଇନରେ ନିୟୋଜିତ ଭାରତୀୟ ନେଭି, ଧାମରା ମେରାଇନ ପୁଲିସ ଏବଂ ଧାମରା ମତ୍ସ୍ୟଅଧିକାରୀଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ତଟ ସୁରକ୍ଷା, ପରିଚାଳନା ଏବଂ ସମୁଦ୍ର ମଧ୍ୟରେ ମତ୍ସ୍ୟଜିବୀଙ୍କ ଉପରେ ହେଉଥିବା ହାମଲାକୁ କିପରି ପ୍ରତିହିତ କରିହେବ ଏହାକୁ ନେଇ ହୋଇଥିବା ସଚେତନତା ଶିବିରରେ ସମସ୍ତ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟରେ ନିଜ ନିଜର ଆଧାର କାର୍ଡରେ ଅବିକଳ ନକଲ, ସମସ୍ତ ବୋଟ, ଟ୍ରଲର.ଭୁଟୁଭୁଟି ଏବଂ ଯନ୍ତ୍ରଚାଳିତ ଡଙ୍ଗା ଗୁଡିକର ରେଜିଷ୍ଟ୍ରସନ ବହି ଗୁଡିକ ନିଜ ପାଖରେ ରଖିବାକୁ ମତ୍ସ୍ୟଜିବୀ ମାନଙ୍କୁ କହିଥିଲେ। ଏହା ଫଳରେ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି ଏବଂ ରାଜ୍ୟ ପୁଲିସର ସହାୟତା କିପରି ନେବାକୁ ହେବ ସେ ବିଷୟରେ ଅବଗତ କରାଇଥିଲା। ମୁମ୍ବାଇ ଆତଙ୍କବାଦୀ ହାମଲାକୁ ୧୬ବର୍ଷ ପୂରି ଯାଇଥିବା ବେଳେ ଆସନ୍ତା ନଭେମ୍ବର ୨୦ଏବଂ ୨୧ ତାରିଖ ଦିନ ସମସ୍ତ ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ନେଭି, ଭାରତୀୟ ତଟ ରକ୍ଷା ବାହିନୀ, ରାଜ୍ୟ ପୁଲିସ ଏବଂ ରାଜ୍ୟ ମତ୍ସ୍ୟବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା କରାଯାଇଥିଲା। ଆଜି ହୋଇ ଥିବା ଏହି ସଚେତନତା ଶିବିରରେ ଯୋଗଦେଇଥିବା ମତ୍ସ୍ୟଜିବୀଙ୍କ ସମସ୍ତ ପ୍ରଶ୍ନର ଉତର ଉପସ୍ଥିତ ଥିବା ଅଧିକାରୀ ଦେବା ସହ ଆତଙ୍କବାଦୀ ହାମଲା ଉପରେ ସଚେତନତା ସୃଷ୍ଟି କରିଥିଲେ। ଆଜି ଏହି ସଚେତନତା ଶିବିରରେ ଶ୍ରୀ କୃଷ୍ନ ବାରିକ, ବିଜୟ ମାଝୀ, ରଶ୍ମିରଞନ ରାଏ, ଶୁଶ୍ରୀ ସଙ୍ଗିତା ଲେଙ୍କା, ଝରଣା ବେହେରା, ସତ୍ୟରଞନ ମଲିକ, ମନୋରମା ବେହେରା, ଧାମରା ମେରାଇନ ଥାନାଧିକାରୀ କୃଷ୍ନଚନ୍ଦ୍ର ଜାନୀ, ଭାରତୀୟ ନେଭି ର ଉମେଶ ଚନ୍ଦ୍ର, ଅଶ୍ରୁମୋଚନ, ରଞନ କୁମାର ଦାସ, ଉପେନ୍ଦ୍ର ନାଥ ମହନ୍ତ, ବିଜୟ କୁମାର ରଣା, ମାନସ ରଞନ ପରିଡ଼ା, ପତିତ ପାବନ ସେନାପତି, ଦୀପକ କୁମାର ପରିଡ଼ାଙ୍କ ସମେତ ବହୁ ମତ୍ସ୍ୟଜିବୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories