www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦୁଝର ସହରରେ ୪୨ ଅସ୍ଥାୟୀ ବାଣ ଦୋକାନକୁ ଅନୁମତି

କେନ୍ଦୁଝରଗଡ଼: ଅନ୍ଧାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ଜୟ ଆଲୋକର ପର୍ବ ଦୀପାବଳୀ ସମେତ ମା’ କାଳୀଙ୍କ ପୂଜା ଉତ୍ସବ ପାଇଁ ବେଶ୍‌‌ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ସହର। ପୂଜାତ୍ସୋବକୁ ଧୂମଧାମରେ ପାଳନ ପାଇଁ ମାଧପୁରସ୍ଥିତ ମା’ଙ୍କ ଶକ୍ତପୀଠ ସମେତ କାଳୀପଡ଼ିଆସ୍ଥିତ କାଳୀତୀର୍ଥ ପୂଜା କମିଟି, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି ଓ କାଶୀପୁର ଶ୍ମଶାନ କାଳୀପୂଜା କମିଟି ପକ୍ଷରୁ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜାରେ ସମଗ୍ର କେନ୍ଦୁଝର ସହର ଝଲସୁଛି। ଏହି ପୂଜାତ୍ସୋବକୁ ଧୁମଧାମରେ ପାଳନ ପାଇଁ ସହରବାସୀ ମଧ୍ୟ ନିଜକୁ ପ୍ରସ୍ତୁତ କରିସାରିଲେଣି। ନିଜ ନିଜ ଘରକୁ ବିଭିନ୍ନ ଆଲୋକମାଳରେ ସୁସଜ୍ଜିତ କରିବା ସହ ବାଣଫୁଟାଇ ଧୁମଧାମରେ ଆଲୋକର ପର୍ବ ଦୀପାବଳୀ ପାଳନ ପାଇଁ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଏଥିନିମନ୍ତେ ପୌରପ୍ରଶାସନ ପକ୍ଷରୁ ବ୍ରାହ୍ଣଣୀଗାଁସ୍ଥିତ ଏମ୍‌‌ସିସି ନିକଟସ୍ଥ ପଡ଼ିଆରେ ୪୦ଟି ଓ ପୁରୁଣାସହର ମାଉସୀ ମା’ ମନ୍ଦିର ନିକଟରେ ଦୁଇଟି ଅସ୍ଥାୟୀ ବାଣ ଦୋକାନକୁ ଅନୁମତି ପ୍ରଦାନ ପରେ ବାଣ ବ୍ୟବସାୟ ଆରମ୍ଭ ହୋଇଛି। ତେବେ ପୌର ପ୍ରଶାସନ ପକ୍ଷରୁ ଅନୁମୋଦିତ ଅସ୍ଥାୟୀ ଦୋକାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବାଣ ବିକ୍ରି କରାଗଲେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୌର ପ୍ରଶାସନ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରିଦିଆଯାଇଛି। ସେହିଭଳି ବାଣ ଫୁଟାଇବା ନିମନ୍ତେ ପ୍ରଦଚଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରାଯାଇଛି। ସନ୍ଧ୍ୟା ୭ରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ମନା କରାଯାଇଛି। ପାର୍କ ଓ ସାଇସେଲନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇôବା ବେଳେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଅଦାଲତରୁ ୧୦୦ ମିଟରରେ ବାଣ ଫୁଟାଇବା ମନା କରାଯାଇଛି। ଧାର୍ମିକ ଅନୁଷ୍ଠାନର ୧୦୦ମିଟର ପରିଧି ମଧ୍ୟରେ ବାଣ ଫୁଟାଇବା ଉପରେ କଟକଣା କରାଯାଇଥିବା ବେଳେ ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି। ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ବାଣ ଫୁଟାଇବାକୁ ବାରଣ କରାଯାଇଥିବା ବେଳେ ୧୦ବର୍ଷରୁ କମ୍‌‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ବ୍ୟବହାର କରିବାକୁ ମନା କରାଯାଇଛି। ସେହିଭଳି ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମନା କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories