www.samajalive.in
Friday, December 12, 2025
14.1 C
Bhubaneswar

ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

ସିମୁଳିଆ : ପଞ୍ଚାୟତ ସ୍ତରୀୟ ସଂଘରେ ଦୁର୍ନୀତି ହୋଇଥିବା ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ୱୟଂସହାୟିକା ମହିଳା । ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସଂଘର ଇସି ସଭ୍ୟା ମିନର୍ଭା ମହାନ୍ତି ଭିଆର୍ପି ଓ ଅନିତା ମହାନ୍ତି ସିଏଲଫର ସଭାପତି ଥାଇ ମୁଖ୍ୟମନ୍ତ୍ରୀ ବସର କଣ୍ଡକ୍ଟର ଭାବରେ ଦୁଇଟି ପଦବୀରେ କାର୍ଯ୍ୟ କରୁଛନ୍ତି । ଦୁଇଟି ପଦଵୀ ଦାୟିତ୍ବରେ ରହିବା ହେତୁ କାର୍ଯ୍ୟ ଠିକ ଭାବେ ତୁଲାଇ ପାରୁ ନ ଥିବାରୁ ସଙ୍ଘର ମହିଳାମାନେ ସଙ୍ଘର ଋଣ ଠିକ ସମୟରେ ପାଇ ପାରୁ ନ ଥିବାରୁ ଏବଂ ସଂଘର ଦୁର୍ନୀତି ନେଇ ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଆଜି ତାର ପ୍ରତିବାଦରେ କିଛି ସ୍ଵଂୟସହାୟିକା ଗୋଷ୍ଠୀର ମହିଳାମାନେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମିଶନ ଶକ୍ତି ଗୃହକୁ ତାଲା ପକାଇ ଦେଇଥିଲେ । ଏ ବାବଦରେ ବିପିଏମ ଅନୁରାଧା ରାୟଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଥିବା ପ୍ରକାଶ କରିଥିଲେ । ବାତ୍ୟା ପାଇଁ ବିଳମ୍ବ ହୋଇଛି ତେବେ ଘଟଣାର ତୁରନ୍ତ ସମାଧାନ କରିବେ ବୋଲି ସେ ପ୍ରକାଶ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories