କଣ୍ଟାବାଞ୍ଜି: ବଲାଙ୍ଗିର ଠାରେ ଆୟୋଜିତ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ପକ୍ଷରୁ ଆୟୋଜିତ ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ସହରର ନୂଆପଡା ବାସିନ୍ଦା ଯୁବ ସମାଜସେବୀ ଶାନ୍ତନୁ ବିଭାରଙ୍କୁ ସମର୍ପଣ ସେବା ସମ୍ମାନ ୨୦୨୪ରେ ସମ୍ମାନୀତ କରାଯାଇଛି। ଅନେକ ସମୟରେ ଅସହାୟ ପରିବାରଙ୍କୁ ସେ ସହାୟତାର ହାତ ବଢାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ସେ ଉଦ୍ଧାର କରି ସେ ଡାକ୍ତରଖାନା ପହଞ୍ଚାଇ ଥାନ୍ତି। ତାଙ୍କ ସେବା ମନୋବୃତ୍ତି ସବୁ ବେଳେ ନିଆରା ରହିଥାଏ। ସେଥିପାଇଁ ସେ ଅନେକ ମଞ୍ଚରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଶାନ୍ତନୁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସମର୍ପଣ ସେବା ସମ୍ମାନ ୨୦୨୪ରେ ସମ୍ବର୍ଦ୍ଧିତ ହୋଇଥିବାରୁ ତାଙ୍କୁ ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



