୧୪ ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତଣ୍ଡ୍ରିଗାଁ ମରାଠା ଛତ୍ର ପତି ଶିବାଜୀ ଷ୍ଟାଡିଅମ ଠାରେ ୧୪ ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ଫୁଟବଲ ତାରକା କାମେଶ୍ୱର କହଁର ଯୋଗ ଦେଇଥିଲେ। ପ୍ରଥମ ଦିବସରେ କାଇଲମ୍ବା ଫୁଟବଲ କ୍ଲବ ସହ ଡି, ଏନ, ଏସ, କ୍ଲବ ସୁନାକାଡୁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ପେନାଲଟି ଜରିଆରେ ୩ – ୨ ଗୋଲରେ କାଇଲମ୍ବା ଦଳକୁ ହରାଇ ବିଜୟ ଲାଭ କରିଥିଲା ସେହିଭଳି ଦ୍ୱତୀୟ ଖେଳ ଚକାପାଦ ବ୍ଲକର ମାଜାଗାଡା ଫୁଟବଲ କ୍ଲବ ସହ ଫିରିଙ୍ଗିଆ ବ୍ଲକର ସିକେଏଫସି କ୍ଲବ କରେକାମ୍ବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ପେନାଲଟି ଜରିଆରେ ୪ – ୧ ଗୋଲରେ ବିଜୟ ଲାଭ କରିଥିଲେ। ୧୪ ତମ ବାର୍ଷିକ ଏହି ଫୁଟବଲ ଟୁର୍ନାମେଣ୍ଟ ରେ ଜିଲ୍ଲାର ବିଭିନ୍ନ ବ୍ଲକ ର ୧୬ ଟି ଫୁଟବଲ କ୍ଲବ ଯୋଗ ଦେଇଛନ୍ତି।

Comments are closed.