www.samajalive.in
Friday, December 12, 2025
15.1 C
Bhubaneswar

ସହଜରେ ରାଜସ୍ୱ ସେବା ଯୋଗାଇବାକୁ ଅଧିକାରୀଙ୍କୁ କଡା ତାଗିଦ

ସମ୍ବଲପୁର: ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଆକସ୍ମିକ ଭାବରେ ସମ୍ବଲପୁର ତହସିଲ କାର୍ଯ୍ୟାଳୟକୁ ପରିଦର୍ଶନ କରିଥିଲେ। ଶ୍ରୀ ପୂଜାରୀ ଅଚାନକ ତହସିଲ କାର୍ଯ୍ୟାଳୟକୁ ପହୁଞ୍ôଚ କାର୍ଯ୍ୟାଳୟର ଅବ୍ୟବସ୍ଥା ଦେଖି ଓ ଲୋକଙ୍କ କଥା ଶୁଣିବା ପରେ ସମସ୍ତ ଅଧିକାରୀଙ୍କୁ ସାଧାରଣ ଜନତାଙ୍କୁ ହଇରାଣ ନ କରି ରାଜସ୍ୱ ସେବା ସହଜରେ ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସରକାର ଲୋକଙ୍କ ସେବା ପାଇଁ ରହିଥିବାରୁ ତାଙ୍କ ପ୍ରତି ଉଚିତ ବ୍ୟବହାର ଦେଇ କାର୍ଯ୍ୟ ନିର୍ବାହ କରିବା ପାଇଁ ପରାମର୍ଶ ଦେବା ସହିତ କୌଣସି ପ୍ରକାରର ଅଭିଯୋଗ ଆସିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କଡା ତାଗିଦ କରିଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଅଚାନକ ତହସିଲ କାର୍ଯ୍ୟାଳୟରେ ପହଂଚିବା ସମୟରେ ତହସିଲଦାର ମନୋଜ କୁଜୁର ଉପସ୍ଥିତ ନ ଥିଲେ ଏବଂ ତାଙ୍କର ପ୍ରକୋଷ୍ଠ ମଧ୍ୟ ଖୋଲା ନ ଥିଲା। ତହସିଲଦାରଙ୍କ ପ୍ରକୋଷ୍ଠକୁ ଖୋଲିବା ପାଇଁ କର୍ମଚାରୀ ମାନଙ୍କୁ ପ୍ରାୟ ୨୦ ମିନିଟର ସମୟ ଲାଗିଥିଲା। ପ୍ରକୋଷ୍ଠଟି ଅନେକ ଦିନରୁ ଖୋଲା ଯାଇ ନ ଥିବା ବେଳେ ସେଠାରେ ଲାଗିଥିବା କାନ୍ଥ ଘଣ୍ଟା ଅଚଳ, ଏସି କାମ କରୁ ନ ଥିବା, ଫାଇଲ ଓ ଟେବୁଲ ଗୁଡିକରେ ମଇଳା ଜମି ରହିଥିବା ଆଦି ଦେଖାଯାଇଥିଲା। ଖବର ପାଇ ତହସିଲଦାର ଶ୍ରୀ କୁଜୁର ପହଂଚିବା ପରେ ଜିଲାପାଳ ସିଦ୍ଧେଶ୍ବର ବଲିରାମ ବୋନ୍ଦର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅଜାମ୍ବର ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ତହସିଲଦାର କାର୍ଯ୍ୟାଳୟରେ ପହଂଚି ଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଅନୁଧ୍ୟାନ ପରେ ଜାଣିବାକୁ ପାଇଥିଲେ ଯେ, କୌଣସି କାର୍ଯ୍ୟ ସଠିକ ରୂପେ କରାଯାଉ ନ ଥିବା ବେଳେ ସାମାନ୍ୟ ଜାତି, ଆୟ, ଆବାସିକ ଆଦି ପ୍ରମାଣପତ୍ର ଗୁଡିକ ପାଇବା ପାଇଁ ମଧ୍ୟ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ ଉପସ୍ଥିତ ରହିଥିବା ଜନତା ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଅଭିଯୋଗ କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ କାର୍ଯ୍ୟର ଅପଡେଟ କରିବାକୁ ତାଗିଦ କରିବା ସହିତ ଜିଲାପାଲଙ୍କୁ ଏଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଓ ଯୁଗ୍ମ ତହସିଲଦାରଙ୍କୁ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିୟମିତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଭୂମିହୀନ ମାନଙ୍କର ଏକ ସୂଚି ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ଜିଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଆଲୋଚନା ସମୟରେ ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଅବସ୍ଥାପତି ଶିଳ୍ପାନୁଷ୍ଠାନ ମାନଙ୍କର ସାଧାରଣ ଜମି ଓ ଜଙ୍ଗଲ ଜମି ଜବରଦଖଲ, ବର୍ଜ୍ୟ ବସ୍ତୁ କୁ ମହାନଦୀରେ ଛାଡିବା, ଶିଳ୍ପାନୁଷ୍ଠାନ ଗୁଡିକରୁ ନିର୍ଗତ ପାଉଁସକୁ ବିଭିନ୍ନ ଗ୍ରାମାଞ୍ଚଳ ଜମିରେ ପକାଇ ପ୍ରଦୂଷିତ କରିବା ଆଦି ବିଷୟ ଉପରେ ସଠିକ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯଥା ଶୀଘ୍ର ସମ୍ବଲପୁର, ବୁର୍ଲା ଓ ହୀରାକୁଦ ତଥା ଜିଲାର ଅନ୍ୟ ସ୍ଥାନରେ ଜବରଦଖଲ କରାଇଯାଇଥିବା କୋଠା ଗୁଡିକୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଶ୍ରୀ ପୂଜାରୀ ଦେଇଥିଲେ। ଏହି ଅବସରରେ ଶ୍ରୀକାନ୍ତ ପାଣିଗ୍ରାହୀ, ରିକନ ପଟ୍ଟନାୟକ, ସରୋଜ ସାହୁ, ଦେଓଳିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ସୁର୍ଯ୍ୟ ପାଣିଗ୍ରାହୀ, ସତୀଶ ଦୋରା, ଶାଶ୍ୱତ ପାଢ଼ୀ ଙ୍କ ସମେତ ଅନେକ ଆଇନଜୀବୀ ଓ ଜନତା ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories