www.samajalive.in
Thursday, December 11, 2025
13.1 C
Bhubaneswar

ସ୍କୁଲ ଅଛି, ବୋର୍ଡ଼ ନାହିଁ – ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ

ଫୁଲବାଣୀ: ସ୍କୁଲ ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସ୍କୁଲର ବୋର୍ଡ଼ ନାହିଁ। ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ସରକାରଙ୍କ ଯୋଜନା ହେଉ କି ସମସ୍ତ ବ୍ୟବସ୍ଥା ଗ୍ରାମାଞ୍ଚଳର ବିଦ୍ୟାଳୟ ମାନଙ୍କରେ ପହଞ୍ଚି ପାରୁନାହିଁ। ଏବେବି ଅବହେଳିତ ହୋଇ ରହିଛି ଅନେକ ବିଦ୍ୟାଳୟ କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଥାଇ ଅନୁପସ୍ଥିତ ରହିବା ଦ୍ୱାରା ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉଛି। ଏମିତି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି କ୍ରାଣ୍ଡିବାଲି ପଞ୍ଚାୟତର ସୂବେରୀପଙ୍ଗା ପ୍ରାଥମିକ ବିଦ୍ୟାଳୟରେ। ଏହି ସୂବେରୀ ପଙ୍ଗା ପ୍ରାଥମିକ ବିଦ୍ୟାଳୟ ବହୁ ପୁରାତନ ହୋଇଥିବା ବେଳେ ପୂର୍ବରୁ ବିଦ୍ୟାଳୟରେ ୩୦ରୁ ଅଧିକ ଛାତ୍ର ଛାତ୍ରୀ ପାଠ ପଢିବା ସହ ଶିକ୍ଷକ ମଧ୍ୟ ଅଧିକ ଥିବାରୁ ପାଠ ପଢା ଭଲ ହେଉଥିଲା। ବର୍ତମାନ ବିଦ୍ୟାଳୟ ରେ ମାତ୍ର ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ବିଦ୍ୟାଳୟର ସମସ୍ୟା ଦୃଷ୍ଟି କୋଣରୁ ବିଦ୍ୟାଳୟରୁ ଅଭିଭାବକ ମାନେ ନିଜ ପୁଅ ଝିଅକୁ ବିଦ୍ୟାଳୟକୁ ଛାଡିବାକୁ ନାରାଜ ହେବା ସହ ଅନ୍ୟ ବିଦ୍ୟାଳୟକୁ ପଠେଇବା ଦ୍ୱାରା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ସଂଖ୍ୟା କମି ମାତ୍ର ୧୦ ଜଣ ଛାତ୍ରଛାତ୍ରୀରେ ଗୋଟିଏ ଶିକ୍ଷକ ଥିବା ବେଳେ ଅଭିଭାବକ ମହଲରେ ଛାତ୍ର ଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି। ବିଦ୍ୟାଳୟରେ ୨ଟି ଶ୍ରେଣୀ କୋଠରୀ ରହିଛି କିନ୍ତୁ ଗୋଟିଏ ଶ୍ରେଣୀ କୋଠରୀରେ ଶିକ୍ଷା ଦାନ କରା ଯାଉଥିବା ବେଳେ ଗୋଟିଏ ଶ୍ରେଣୀ କୋଠରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଡ଼ିରହିଛି। ବିଦ୍ୟାଳୟରେ ନଳ କୂପ ସହ ଶୌଚାଳୟ ବ୍ୟବସ୍ଥା ଅଛି କିନ୍ତୁ ନଳ କୂପ ଚାଲୁ ଥିଲେ ମଧ୍ୟ ଶୌଚାଳୟ ଅଚଳ ହୋଇପଡିଛି। ବିଦ୍ୟାଳୟରେ ଅଧା ପାଚେରୀ ହୋଇଥିଲେ ମଧ୍ୟ ଅଧା ଖଣ୍ଡିଆରେ ପାଚେରୀରେ ଗାଈଗୋରୁଙ୍କ ଚରା ଭୂଇଁ ପାଲଟିଛି। ବର୍ତ୍ତମାନ ବିଦ୍ୟାଳୟରେ ଜଣେ ଶିକ୍ଷକ ନାରାୟଣ ଯାନୀ ଥିବା ବେଳେ ନିଜେହିଁ ପ୍ରଧାନ ଶିକ୍ଷକ ରହି ସମସ୍ତ କାଗଜ ପତ୍ର, ବିଭିନ୍ନ ତାଲିମ ଓ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଛି। ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ବିଦ୍ୟାଳୟର ଅନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories