www.samajalive.in
Saturday, December 13, 2025
21.1 C
Bhubaneswar

ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡା ତହସିଲ କାର୍ଯ୍ୟାଳୟ ପରିସରରେ ସାମୁହିକ ଏବଂ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଅରାପାଜୁ ରାଜସ୍ବ ଅଞ୍ଚଳର କରୁଣା, ମେଟିପିଡ଼ିଆ, ମାଣ୍ଡାଲି ଏବଂ ପ୍ରେମଝରି ଗ୍ରାମରେ ସମୁଦାୟ ୫୨ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ସରକାରୀ ଭାବେ କୁହାଯାଇଛି। ରାଜସ୍ବ ନିରୀକ୍ଷକ ଜୟନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ତହସିଲଦାର ସୌମ୍ୟରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବ୍ରହ୍ମକ୍ଷନନ୍ଦ ଥାଟ୍ଟୀ, ରାଜସ୍ବ ସୁପରଭାଇଜର ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ, ଲାଇଭହୁଡ କୋଡିନେଟର ମନମୋହନ ବାରିକ, ସହକାରୀ ଅନିଲ କହଁର, ଜଙ୍ଗଲ ଜମି କୋଡିନେଟର ଚିତ୍ତରଞ୍ଜନ ଗଣ୍ଡା, ସହାୟକ ସୁଧାଂଶୁ କୁମାର ନାୟକ, ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories