Patra electronics

ସଦଭାବ ବଜାୟ ରଖିବାକୁ ବୁଦ୍ଧିଜୀବି ବୈଠକ କଲା ପାଟଣା ପୁଲିସ

ପାଟଣା: ବାଂଲାଦେଶରେ ହିନ୍ଦୁ ମାନଙ୍କୁ ବର୍ବରୋଚିତ ଆକ୍ରମଣ, ହତ୍ୟା, ଦୁଷ୍କର୍ମ, ଘରପୋଡି ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିବାଦର ଧାରା ଲାଗି ରହିଥିବା ବେଳେ ବାଂଲାଦେଶ ଅନୁପ୍ରବେଶ କାରୀ ଏବଂ ସନ୍ଦେହରେ ଥିବା ପଶ୍ଚିମବଙ୍ଗ ଅଞ୍ଚଳର ରାଜମିସ୍ତ୍ରୀ, ସହାୟକ ଓ ଫେରିବାଲାକୁ ଲୋକେ ବିଭିନ୍ନ ସ୍ଥାନରେ ଗାଳି ଗୁଲଜ କରିବା ସହ ତାଙ୍କ ରାଜ୍ୟ ଓ ଦେଶକୁ ଫେରି ଯିବାକୁ ଚାପ ପକାଉଛନ୍ତି। ଏଭଳି ସ୍ଥିତିରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଆଜି ପାଟଣା ପୁଲିସ ପଞ୍ଚାୟତିରାଜ ପ୍ରତିନିଧି ଓ ବୁଦ୍ଧିଜୀବିଙ୍କୁ ନେଇ ଏକ ସଚେତନତା ବୈଠକ କରି ସନ୍ଦେହରେ ଥିବା ବାଂଲାଦେଶୀ ଅଥବା ପଶ୍ଚିମବଙ୍ଗ ବାସିନ୍ଦା ଯିଏବି ହୁଅନ୍ତୁ ସେମାନେ ଯେଉଁଠି ରହୁଛନ୍ତି ଏବଂ କିପ୍ରକାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେ ନେଇ ପୁଲିସକୁ ସୂଚନା ଦେଲେ ସେମାନଙ୍କର ସବିଶେଷ ପରିଚୟ ପତ୍ର ଯାଞ୍ଚ ସହ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ବିବତ୍ସ ପ୍ରଧାନ ସୂଚନା ଦେଇଛନ୍ତି। ବୈଠକରେ ସରପଞ୍ଚ ମାନଙ୍କ ମଧ୍ୟରେ ବିନତି ବାନରା, ଭାମାମଣି ଦାସ, ପାର୍ବତୀ ଦେହୁରୀ, ଅନିରୁଦ୍ଧ ନାଏକ, ଗୌରହରି ନାଏକ, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଭାବଗ୍ରାହୀ ନାଏକ ଓ ବିଜୟ ପଇଦାଙ୍କ ସହ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଇଂ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ସାମ୍ବାଦିକ ବିଜୟ ରତ୍ନ ପତି, ବିଜୟ କାରୁଆ, କାମିନିକାନ୍ତ ଦ୍ବିବେଦୀ, ମାଧବାନନ୍ଦ ପୃଷ୍ଟି, ଲକ୍ଷ୍ମଣ ପତି, ଅରୁଣ ମିଶ୍ର, ଯତୀନ୍ଦ୍ର ଦାଶ, ଅଜୟ ବେହେରା, ତୁଷାର କାନ୍ତି ତ୍ରିପାଠୀ, ଦକ୍ଷ ସାହୁ, ବିରଞ୍ଚି ମହାନ୍ତ, ସୋମବାରି ମୁଣ୍ଡା ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ।

Comments are closed.